Advertisment

ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନୋଜ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟୁଇଟ କରିଛି। ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ।ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ […]

ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନୋଜ ଦାସଙ୍କ ଶେଷକୃତ୍ୟ

manoj-das

Advertisment

ଭୁବନେଶ୍ୱର: ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟୁଇଟ କରିଛି।

Advertisment

ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ।ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ ଦାସଙ୍କ ହାତ ଭାଙ୍ଗିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ମନୋଜ ଦାସଙ୍କ ଥିଲା ଶତାଧିକ ଅନବଦ୍ୟ କୃତି । ସେ ଗଳ୍ପ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା, ଭ୍ରମଣ ସାହିତ୍ୟ ଓ ଇତିହାସ ଏବଂ ସଂସ୍କୃତିକୁ ନେଇ ବହୁ ଉଚ୍ଚକୋଟୀର ସାହିତ୍ୟ ସାଧନା କରିଛନ୍ତି।

ତାଙ୍କର ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର,  ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ ଆଦି ଅନେକ କୃତି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି । ଏହି ପୁସ୍ତକ ଗୁଡ଼ିକ ଖୁବ୍ ଲୋକପ୍ରିୟ। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିବା ବେଳେ ୨୦୨୦ରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।

Advertisment

ଏପରି ଏକ ଅମ୍ଳାନ କୃତୀକୁ ହରାଇ ଆଜି ସାରା ରାଜ୍ୟ ସ୍ତବ୍ଧ।  ବାଲେଶ୍ୱର ବସ୍ତା ବ୍ଲକର ଶଙ୍ଖାରୀ ଗାଁର କୋଣ ଅନୁକୋଣରେ ଛାଇ ଯାଇଛି ନୀରବତା। ମନୋଜଙ୍କ ସ୍ମୃତି ଆଜି ବି ସେଠାରେ ଉଜ୍ଜୀବିତ। ମନୋଜ ଦାସଙ୍କୁ ନେଇ ଗର୍ବିତ ଏଇ ଗ୍ରାମବାସୀ ଆଜି ତାଙ୍କ ବିୟୋଗରେ ଶୋକରେ ଆତୁର। ଗାଁର ସେହି ଘର...ସେହି ଗାଁ ଦାଣ୍ଡ...ସେହି ସ୍କୁଲ  ଯେଉଁଠି ମନୋଜ ନିଜ ଜୀବନର ଅମୂଲ୍ୟ ଓ ଅଭୁଲା ମୁହୂର୍ତ୍ତ ବିତାଇଥିଲେ,  ଆଜି ତାଙ୍କୁ ମନେ ପକାଉଛନ୍ତି। ଶଙ୍ଖାରୀ ଘରେ ଆଜି ବି ସାଇତା ରହିଛି ତାଙ୍କର ଯୁବାବସ୍ଥା ବେଳର ଫଟୋ।  ଏହି ଯୁଗପୁରୁଷଙ୍କ ଦେହାନ୍ତ ପରେ ପୁରା ଗାଁ ଝୁରୁଛି ତାଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ