Advertisment

ଏସ୍‌ପିଙ୍କ ନାଁରେ ଫେସବୁକ୍‌ରେ ଫେକ୍‌ ଆଇଡି, ବନ୍ଧାହେଲେ ନାବାଳକ

ରାଉଲକେଲା: ରାଉରକେଲା ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା,  ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା। ଏହି ନାବାଳକ ୨୦୧୭ […]

ଏସ୍‌ପିଙ୍କ ନାଁରେ ଫେସବୁକ୍‌ରେ ଫେକ୍‌ ଆଇଡି, ବନ୍ଧାହେଲେ ନାବାଳକ

sp

Advertisment

ରାଉଲକେଲା: ରାଉରକେଲା ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା,  ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା।

Advertisment

ଏହି ନାବାଳକ ୨୦୧୭ ମସିହାରେ ବାଲିଅନ୍ତା ଥାନା ଅଞ୍ଚଳର ଜଣେ ଲୋକଙ୍କ ଅର୍ଥକୁ ଡିପୋଜିଟ୍‌  କରିଦେବ କହି ନିଜ ଆକାଉଣ୍ଟକୁ ୧୩ କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିଲା । ପରେ ଆକାଉଣ୍ଟରୁ ଡ୍ର କରି ଏକ ଦାମୀ କାର ମଧ୍ୟ କିଣିଥିଲା । ପରେ ପୋଲିସ ଅନୁସନ୍ଧାନ କରି ଉକ୍ତ ନାବାଳକ କୁ ଗିରଫ କରିବା ସହ ତାର ଆକାଉଣ୍ଟ କୁ ଫ୍ରିଜ଼ କରିଦେଇଥିଲେ । ଏହି ନାବାଳକ ବାବଦରେ ଉଦିତନଗର ଥାନା ପୋଲିସ ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ