/odishatv-khabar/media/post_attachments/uploadimage/library/16_9/16_9_0/hacked-to-death_1622712639.jpg)
hacked to death
ଖଲ୍ଲିକୋଟ୍ (ସିଲୁ ବିଶ୍ୱାଳ) : ସଇତାନ ସାଜିଲା ସ୍ୱାମୀ । ଭରିଲା ପୂରିଲା ପରିବାରରେ ଦୁଃଖର କଳାବାଦଲ । ଶିଳରେ ଛେଚି ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ । ବାପାମା’ ଛେଉଣ୍ଡ ହୋଇଗଲେ ପୁଅ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗାଁରେ ।
ପୋଲିସ ସୂତ୍ର ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୁମ୍ଭାର ସାହିର ପ୍ରଶାନ୍ତ ମୁଦୁଲି ନିଜ ସ୍ତ୍ରୀଙ୍କୁ ଶିଳରେ ଛେଚି ହତ୍ୟା କରିଥିଲେ । ଆଉ ତା’ପରେ ନିଜ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ଉଭୟଙ୍କ ମୃତଦେବ ଦେଖି ସାହି ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଛି ପୋଲିସ।
ତେବେ କେଉଁ କାରଣରୁ ଏଭଳି ଏକ ୟ ଘଟଣା ଘଟିଛି ତାହା ଜଣାପଡ଼ି ନାହିଁ । ପୋଲିସ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିବ । ଅନ୍ୟପଟେ ମୃତ ଦମ୍ପତିଙ୍କ ଗୋଟିଏ ୧୮ ର ବର୍ଷର ପୁଅ ୧୩ ବର୍ଷର ଝିଅ ଟେ ଥିବା ଜଣା ପଡିଛି । ମା’ବାପାଙ୍କ ମୃତ୍ୟୁ ପରେ ସେମାନେ ଏକା ହୋଇ ଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)