Advertisment

ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ।

ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

HighCourt

Advertisment

କଟକ: ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ। ଏହି ମାମାଲାର ଦୀର୍ଘଦିନ ବିତିଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମିଳିଥିବା ସୂଚନା ଅନୁସାରେ, ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ। ମନ୍ତ୍ରୀ-SIT ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବାରୁ କୋର୍ଟରେ ଆବେଦନ ହୋଇଥିଲା। ତେବେ ଏହି ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୧୨ରେ ହେବ ବୋଲି ଜଣାଯାଇଛି।

Advertisment

ସେପଟେ ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।

ନାବାଳିକାକୁ ହତ୍ୟା ବେଳେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସହ ତା ନାକରୁ ରକ୍ତ ବାହାରି ଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି। ତେବେ ସେହି ଗାମୁଛା ମଧ୍ୟ ସରୋଜର ଘରୁ ଏସଆଇଟି ଜବତ କରିଛି। ଏବଂ ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା SIT ସୂତ୍ରରୁ ସୂଚନା ମିଳିଛି।

Advertisment

ସେପଟେ ପରୀ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜବୋଲି ଏସଆଇଟି ମୁଖ୍ୟ କହିବା ପରେ ବି ଥମିବାରେ ନା ନେଉନାହିଁ ଚର୍ଚ୍ଚା। ତେବେ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍‌ର ତମାମ ଦିଗ।

ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ ଓ ମର୍ଡର ଥିଓରୀକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନେକ। ଏମିତିକି ଖୋଦ୍ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବିରେ ହାଇକୋର୍ଟରେ ମାମଲା ଦାଏର କରିଛି ଭାରତୀୟ ବିକାଶ ପରିଷଦ। ସେହିଭଳି ମାମଲାର ସିବିଆଇ ତଦନ୍ତ ସହ ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ସଂଗଠନ।

Advertisment

Pari Murder Case Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ