odisha
ବାଲେଶ୍ୱର: ୫ ଘଣ୍ଟାର ଛକାପଞ୍ଝା ପରେ ପୁଲିସ୍ ହାତରେ ଧରାପଡ଼ିଲା ଅପରାଧୀ। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରେମୁଣା ଶ୍ୟାମରାଇପୁର ଗାଁରୁ ଜଣେ ଅପରାଧୀକୁ ପୁଲିସ୍ କାବୁ କରିଛି। ଧରା ପଡ଼ିଥିବା ଏହି ଅପରାଧୀର ନାଁ ଈଶ୍ୱର ମହାଳିକ।
ଏକ ବଡ଼ ଲୁଟ୍ରେ ଇଶ୍ୱରର ସମ୍ପୃକ୍ତି ଜାଣି ଆଜି ସକାଳେ ତାକୁ ଧରିବା ପାଇଁ ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍ ଟିମ୍ ଶ୍ୟାମରାଇପୁର ଗାଁକୁ ଯାଇଥିଲେ। ହେଲେ ଇଶ୍ୱରକୁ ଧରିବା ପାଇଁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା।
ଇଶ୍ୱର ଘର ଭିତରେ ରହି ପୁଲିସ୍ ଉପରକୁ ବୋତଲ, ଇଟା ଓ ୪ଟି ବୋମା ଫିଙ୍ଗି ଥିଲା। ଯେପରି ପୁଲିସ୍ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ଫଳରେ ତାକୁ ଧରିବା ପାଇଁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। କିନ୍ତୁ ଶେଷରେ ୫ ଘଣ୍ଟା ପରେ ପୁଲିସ୍ ହାତରେ ଧରା ପଡ଼ିଥିଲା ଇଶ୍ୱର। ତା’ନାଁରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/odisha_1626161638.jpg)