Advertisment

ଓଡ଼ିଶା ଆକାଶରେ ଦୃଶ୍ୟମାନ ହେଲା ଧୂମକେତୁ

ଭୁବନେଶ୍ୱର: ଓଡ଼ିଶା ଆକାଶରେ ଦିଶିଲା ଧୂମକେତୁ C-2020-F3 ବା ନିଓୱାଇଜ୍। ଗତ ୧୬ ତାରିଖରୁ ଭାରତର ମେଘ ମୁକ୍ତ ଥିବା ସ୍ଥାନରେ ଏହି ଧୂମକେତୁ ବା ଲଞ୍ଜାତାରା ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାକୁ ମିଳିଛି। ଧୂମକେତୁ ଦୃଶ୍ୟମାନ ହେଉଥିବାର ସୁନ୍ଦର ଫଟୋକୁ ଉଠାଇଛନ୍ତି କୋରାପୁଟ ଜୟପୁରର ମଳୟ ପାତ୍ର। ଗତ ଶୁକ୍ରବାର ସନ୍ଧ୍ୟା ୭ ଟା ୪୦ ମିନିଟରେ ମଳୟ ଧୂମକେତୁର ଏହି ଫଟୋ ଉଠାଇଥିଲେ। ଗତ ୧୬ ଓ ୧୮ ତାରିଖରେ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମର […]

ଓଡ଼ିଶା ଆକାଶରେ ଦୃଶ୍ୟମାନ ହେଲା ଧୂମକେତୁ

comet

Advertisment

ଭୁବନେଶ୍ୱର: ଓଡ଼ିଶା ଆକାଶରେ ଦିଶିଲା ଧୂମକେତୁ C-2020-F3 ବା ନିଓୱାଇଜ୍। ଗତ ୧୬ ତାରିଖରୁ ଭାରତର ମେଘ ମୁକ୍ତ ଥିବା ସ୍ଥାନରେ ଏହି ଧୂମକେତୁ ବା ଲଞ୍ଜାତାରା ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାକୁ ମିଳିଛି। ଧୂମକେତୁ ଦୃଶ୍ୟମାନ ହେଉଥିବାର ସୁନ୍ଦର ଫଟୋକୁ ଉଠାଇଛନ୍ତି କୋରାପୁଟ ଜୟପୁରର ମଳୟ ପାତ୍ର।

Advertisment

ଗତ ଶୁକ୍ରବାର ସନ୍ଧ୍ୟା ୭ ଟା ୪୦ ମିନିଟରେ ମଳୟ ଧୂମକେତୁର ଏହି ଫଟୋ ଉଠାଇଥିଲେ। ଗତ ୧୬ ଓ ୧୮ ତାରିଖରେ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମର କିଛି କର୍ମଚାରୀ ଧୂମକେତୁକୁ ଦେଖିଥିବା ସୂଚନା ଦେଇଛନ୍ତି ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।

ପୂର୍ବ ଆକଳନ ଠାରୁ ଧୂମକେତୁର ଉଜ୍ଜ୍ୱଳତା ଅଧିକ ରହୁଥିବାରୁ, ଏହା ଅଧିକ ଦିନ ଧରି ଦେଖାଯାଇପାରେ ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ଆସନ୍ତାକାଲି ଠାରୁ ୨୪ ତାରିଖ ମଧ୍ୟରେ ଏହା ସବୁଠୁ ଭଲଭାବେ ଦେଖିହେବ। କାଲି ୭ଟା ୩୦ରେ ଉତ୍ତର ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୪ ଡିଗ୍ରୀ ଉପରେ, ଠିକ୍ ସପ୍ତର୍ଷିମଣ୍ଡଳ ତଳକୁ ଦେଖାଯିବ।

Advertisment

ଧୂମକେତୁ ନିଓୱାଇଜକୁ ଜୁଲାଇ ୩୦ ପର୍ଯ୍ୟନ୍ତ ଖାଲି ଆଖିରେ ଦେଖିବା ସମ୍ଭବ ହେବ ଏବଂ ଏହାପରେ ପୁଣି ୬ ହଜାର ୮୦୦ ବର୍ଷ ପରେ ଏହା ପୃଥିବୀ ନିକଟତୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ