snake
ଢେଙ୍କାନାଳ: ଘର ଭିତରୁ ବାହାରିଲା ପୁଳା ପୁଳା ନାଗ ଛୁଆ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗାଁରୁ ବାହାରିଲେ ୧୪ଟି ନାଗସାପ ଛୁଆ । ସେଥିରୁ ୧୨ଟି ଜୀବିତ ଥିବା ବେଳେ ୨ଟି ସାପଛୁଆ ମୃତ।
ଖବର ଅନୁଯାୟୀ, ବୁହାଳିପାଳ ଗାଁର ରେବତୀ ସେଠୀଙ୍କ ଘରୁ ୧୪ଟ ସାପ ଛୁଆଗୁଡ଼ିକ ବାହାରିଛନ୍ତି । ଝିଅ ବାହାଘର ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଗୋଟିଏ ସାପଛୁଆକୁ ଘର ଭିତରେ ଦେଖିଥିଲେ ପରିବାର ଲୋକେ। ପରେ ଘର ଭିତରେ ଖୋଳାଖୋଳି କରିବା ପରେ ଅଧିକ ନାଗ ସାପ ଛୁଆ ଦେଖି ଭୟଭୀତ ହୋଇଯାଇଥିଲେ ।
ଏହାପରେ ସ୍ନେକ ହେଲପ ଲାଇନ ସଦସ୍ୟ ଆସି ଘର ଭିତରୁ ସାପ ଛୁଆଗୁଡ଼ିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସମସ୍ତ ନାଗ ସାପ ଛୁଆକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/snake_1626697831.jpg)