vlcsnap-error799
କରୋନା ପାଇଁ ଫିକା ପଡିଲା ରଜ ପର୍ବ । ରଜରେ ଖେଳା ଯାଉଥିବା କବାଡ଼ି ଖେଳ ମଧ୍ୟ ମହାମାରୀ ପାଇଁ ବାତିଲ୍ ହୋଇଛି । ଦୀର୍ଘ ୬୫ବର୍ଷ ଧରି ଯାଜପୁର ଖଣ୍ଡିତରରେ ଆୟୋଜନ ହେଉଥିବା କବାଡି ପ୍ରତିଯୋଗିତାକୁ ଚଳିତ ବର୍ଷ ବାତିଲ କରାଯାଇଛି । ଯେଉଁଥିପାଇଁ ଆୟୋଜକ, କ୍ରୀଡାବିତ୍ ଓ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପ୍ରତିବର୍ଷ ଯାଜପୁର ଜିଲ୍ଲା କବାଡ଼ି ଆସୋସିଏସନ୍ ପକ୍ଷରୁ ରଜରେ ସର୍ବଭାରତୀୟ କବାଡି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଚଳିତବର୍ଷ ମହାମାରୀ କରୋନା ଯୋଗୁ ପ୍ରତିଯୋଗିତାକୁ ବାତିଲ କରାଯାଇଛି । ଯେଉଁ ଷ୍ଟାଡିୟମରେ ଖେଳ ଦେଖିବାକୁ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳେ । ଆଜି ସେଠି ଖାଁ ଖାଁ ପରିବେଶ ।
/odishatv-khabar/media/post_attachments/wp-content/uploads/2021/06/vlcsnap-error187-1.png)
ସେପଟେ ଭୁବନେଶ୍ୱରରେ ମଧ୍ୟ କରୋନା ପାଇଁ ଫିକା ପଡିଛି ରଜ ପର୍ବ । ତଥାପି କୋଭିଡ କଟକଣାକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୋକେ ଘରେ ରହି ରଜ ଉତ୍ସବ ପାଳନ କରିଛନ୍ତି । ସରକାରଙ୍କ ଗାଇଡଲାଇନ୍ ମାନି ସମସ୍ତେ ଘରେ ହିଁ ମଉଜ କରିଛନ୍ତି । ଘରେ ଦୋଳି ବାନ୍ଧି ଖେଳୁଥିବା ଦେଖାଯାଇଛି । ଘରେ ପିଠା, ମିଠା ତିଆରି କରି ଖାଇବା ସହ ଝିଅମାନେ ନିଜ ଘରେ ହିଁ ରଜ ଦୋଳି ଖେଳିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error799_1625494740.jpg)