summer 1
Advertisment
ଭୁବନେଶ୍ୱର: ପଶ୍ଚିମରୁ ଉପକୂଳ, ସବୁଠି ଅସମ୍ଭାଳ ଗରମ। ସାରା ରାଜ୍ୟରେ ବହୁଛି ତତଲା ହାୱା। ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୪ ଦଶମିକ ୬ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା।
Advertisment
ପାରଦ ସାମାନ୍ୟ ଖସିଥିଲେ ବି ବିଦ୍ୟୁତ ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାତି ବିଶେଷ ନଥିଲେ ବି ବାୟୁମଣ୍ଡଳରେ ଆଦ୍ରତା ବଢ଼ିଥିବା ଯୋଗୁ ପ୍ରବଳ ଗୁଳୁଗୁଳି ନାକେଦମ୍ କରିଦେଉଛି। ଆଜିଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/summer-1_1626429742.jpg)