111
ବ୍ରହ୍ମପୁର: ତେଲେଙ୍ଗାନା ପୁଲିସକୁ ଗଞ୍ଜାମରେ ଆକ୍ରମଣ ହୋଇଛି। ପାଟପୁର ଥାନା ଡେଙ୍ଗାଡ଼ି ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୋଲିସ ଟିମ୍କୁ ଗାଁ ଲୋକ ପିଲା ଚୋର ଗ୍ୟାଙ୍ଗ୍ ଭାବି ଆକ୍ରମଣ କରିଥିଲେ। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା ।
ତେଲଙ୍ଗାନାର ୧୦ ଜଣିଆ ପୁଲିସ ଟିମ୍ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିବା ବେଳେ ତାଙ୍କ ନାଁରେ ସୁନା ଚୋରି ଅଭିଯୋଗ ଥିଲା। ଏହି ଅଭିଯୋଗର ତଦନ୍ତ ବେଳେ ହଠାତ ଗ୍ରାମବାସୀ ପୁଲିସ ଟିମ ଉପରେ ଆକ୍ରମଣ କରିଥିଲେ । ଏଥିରେ ୪ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ତେଲଙ୍ଗାନା ପୋଲିସ ବ୍ୟବହାର କରିଥିବା ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୋକେ । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତେଲେଙ୍ଗାନା ପୋଲିସକୁ ଉଦ୍ଧାର କରି ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରିଛି । ତେଣେ ଯେଉଁ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୁଲିସ ପଚରାଉଚରା କରୁଥିଲା ତାକୁ ପାଟପୁର ଥାନାକୁ ଆଣି ଜେରା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/111_1626849129.jpg)