Advertisment

ଅଧ୍ୟାପକମାନେ ଆଉ ମନଇଚ୍ଛା ନେଇପାରିବେନି ଛୁଟି

ଭୁବନେଶ୍ୱର : ଡିଗ୍ରୀ କଲେଜ ଅଧ୍ୟାପକ ଅଧ୍ୟାପକମାନେ ଏଣିକି ମନଇଚ୍ଛା ଛୁଟି ନେଇପାରିବେନି। ଛୁଟି ମଞ୍ଜୁରି ଅଧ୍ୟକ୍ଷମାନେ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ ଓ ଏଡେଡ୍‌ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଏଭଳି ପରାମର୍ଶ ଦେଇଛନ୍ତି। ସେହିପରି ଅଧ୍ୟାପକଙ୍କ ବାୟୋମେଟ୍ରିକ ଉପସ୍ଥାନର ଯାଞ୍ଚ ସହ ଗୁଣାତ୍ମକ ଶିକ୍ଷା ଲାଗି ଅଧ୍ୟାପକଙ୍କୁ ବିଭିନ୍ନ ଅତିରିକ୍ତ ଦାୟିତ୍ୱ ଦେବା ପାଇଁ ମନ୍ତ୍ର ଦିଆଯାଇଛି। ଫାଇଭ୍-ଟି […]

ଅଧ୍ୟାପକମାନେ ଆଉ ମନଇଚ୍ଛା ନେଇପାରିବେନି ଛୁଟି

pri

Advertisment

ଭୁବନେଶ୍ୱର : ଡିଗ୍ରୀ କଲେଜ ଅଧ୍ୟାପକ ଅଧ୍ୟାପକମାନେ ଏଣିକି ମନଇଚ୍ଛା ଛୁଟି ନେଇପାରିବେନି। ଛୁଟି ମଞ୍ଜୁରି ଅଧ୍ୟକ୍ଷମାନେ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ ଓ ଏଡେଡ୍‌ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଏଭଳି ପରାମର୍ଶ ଦେଇଛନ୍ତି।

Advertisment

ସେହିପରି ଅଧ୍ୟାପକଙ୍କ ବାୟୋମେଟ୍ରିକ ଉପସ୍ଥାନର ଯାଞ୍ଚ ସହ ଗୁଣାତ୍ମକ ଶିକ୍ଷା ଲାଗି ଅଧ୍ୟାପକଙ୍କୁ ବିଭିନ୍ନ ଅତିରିକ୍ତ ଦାୟିତ୍ୱ ଦେବା ପାଇଁ ମନ୍ତ୍ର ଦିଆଯାଇଛି। ଫାଇଭ୍-ଟି ର କାର୍ଯ୍ୟକାରିତା ଓ ମୋ ସରକାରକୁ କଲେଜ ସ୍ତରରେ ଗୁରୁତ୍ୱ ଦେବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁଣାତ୍ମକ ଶିକ୍ଷା ଲାଗି ବିଭାଗ ପକ୍ଷରୁ ନିଆଯାଇଥିବା ଅନେକ ସଂସ୍କାର ମୂଳକ ଯୋଜନା ଯେପରି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିବ, ସେନେଇ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସେହିପରି ନାକ୍‌ ମାନ୍ୟତା କିପରି ମିଳିପାରିବ ଓ ଏଥିରେ ବାଧକ କଣ ରହୁଛି, ସେ ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଅଧ୍ୟକ୍ଷ ଓ ଅଧ୍ୟାପକମାନେ ମଧ୍ୟ ଏଦିଗରେ ନିଜ ନିଜ ମତ ରଖିଛନ୍ତି। ଅନେକ କଲେଜରେ ଭିତ୍ତି ଭୂମିର ବିକାଶ ହୋଇନଥିବାରୁ ନାକ୍ ମାନ୍ୟତା ହେଉ କି 5-T କାର୍ଯ୍ୟକାରିତା ଏସବୁର ସଫଳ ରୂପାୟନ ହୋଇପାରୁନଥିବା କିଛି ଅଧ୍ୟାପକ କହିଛନ୍ତି। ସେପଟେ ଛୁଟି ମଞ୍ଜୁର ନିଷ୍ପତ୍ତିକୁ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି।

Advertisment

ଯୁକ୍ତ ଦୁଇଠାରୁ ଅଲଗା ହେବା ପରେ ଡିଗ୍ରୀ କଲେଜ ନାଁରେ ଜମି ନାହିଁ। ଏଥିଲାଗି ନାକ ମାନ୍ୟତା ମିଳିପାରୁନଥିବା କଥା କଲେଜ ଅଧ୍ୟକ୍ଷମାନେ ଉଠାଇଥିଲେ। ଜମି ମାଲିକାନା ବିବାଦର ସମାଧାନ ଲାଗି ଉଚ୍ଚ ଶିକ୍ଷା ସଚିବ ଜିଲ୍ଲାପାଳମାନଙ୍କୁ ସମ୍ପୃକ୍ତ କଲେଜ ନାଁରେ ଜମି କରିବାକୁ ଚିଠି ଲେଖିବେ ବୋଲି କହିଛନ୍ତି। ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସଚିବ, ନାକ୍ ସଦସ୍ୟଙ୍କ ସମେତ ୬୮୯ ଡିଗ୍ରୀ କଲେଜର ୧୨ଶହ ଅଧ୍ୟକ୍ଷ ଓ ଅଧ୍ୟାପକ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ