Advertisment

ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍‌କୋ

ଭୁବନେଶ୍ୱର: ସେସୁ ପରେ ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍‌କୋ।  ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ OERC ପକ୍ଷରୁ କରାଯାଇଥିବା ନିଲାମରେ ଏହି ଉଭୟ ବିଦ୍ୟୁତ ବିତରକ କଂପାନୀର ୫୧ ପ୍ରତିଶତ ଲେଖାଏଁ ଅଂଶଧନ କିଣିଥିବାରୁ TPCLକୁ ସଫଳ ବିଡର ଭାବେ ଚୟନ କରାଯାଇଛି। ୱେସ୍କୋକୁ ୫୦୦ ଶହ କୋଟି ଓ ସାଉଥ୍‌କୋର ୨୫୦ କୋଟି ଟଙ୍କାର ଅଂଶଧନ କିଣିବ କମ୍ପାନୀ। ଫଳରେ ଗ୍ରୀଡକୋ ହାତରେ ୪୯ ପ୍ରତିଶତ ଅଂଶଧନ […]

author-image
Otv Khabar Bureau
ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍‌କୋ

wesco

ଭୁବନେଶ୍ୱର: ସେସୁ ପରେ ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍‌କୋ।  ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ OERC ପକ୍ଷରୁ କରାଯାଇଥିବା ନିଲାମରେ ଏହି ଉଭୟ ବିଦ୍ୟୁତ ବିତରକ କଂପାନୀର ୫୧ ପ୍ରତିଶତ ଲେଖାଏଁ ଅଂଶଧନ କିଣିଥିବାରୁ TPCLକୁ ସଫଳ ବିଡର ଭାବେ ଚୟନ କରାଯାଇଛି।

Advertisment

ୱେସ୍କୋକୁ ୫୦୦ ଶହ କୋଟି ଓ ସାଉଥ୍‌କୋର ୨୫୦ କୋଟି ଟଙ୍କାର ଅଂଶଧନ କିଣିବ କମ୍ପାନୀ। ଫଳରେ ଗ୍ରୀଡକୋ ହାତରେ ୪୯ ପ୍ରତିଶତ ଅଂଶଧନ ରହିବ। ଉଭୟ ସାଉଥକୋ ଏବଂ ୱେସ୍କୋକୁ TPCL ୨୫ ବର୍ଷ ପର୍ଯ୍ୟନ୍ତ ଅଧିଗ୍ରହଣ କରିଛି।

ଟାଟା ଚୁକ୍ତି ଅନୁସାରେ ଉଭୟ କଂପାନୀର ସବୁ କର୍ମଚାରୀ TPCL ଅଧିନକୁ ଆସିବେ। କୌଣସି କର୍ମଚାରୀଙ୍କ ଚାକିରୀ ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଚୁକ୍ତି ଅନୁସାରେ TPCL ୫ ବର୍ଷରେ ୱେସ୍କୋର ୩ଶହ କୋଟି ସାଉଥ୍‌କୋର ଶହେ କୋଟି ବକେୟା ଆଦାୟ ପାଇଁ ଚୁକ୍ତିବଦ୍ଧ ହୋଇଛି।

Advertisment
Advertisment
Advertisment