Advertisment

ତାଙ୍କୁ ଗାଡ଼ି ଧକ୍କା କରି ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା , ତିକ୍ତ ଅନୁଭୂତି ବଖାଣିଲେ ତାରା

ଭୁବନେଶ୍ୱର : ସରକାରୀ ଜମି ହଡ଼ପ କେଳେଙ୍କାରୀରେ କେମିତି ସଂପୃକ୍ତ ଥିଲେ ନେତା, ଅଫିସର ଓ ମାଫିଆ ? ସରକାରୀ ବ୍ୟବସ୍ଥାରେ କଣ ସବୁ ଚାଲିଥିଲା ଗଫଲାତି ?  କିଭଳି ଜବରଦଖଲ ମୁକ୍ତ ହୋଇ ସରକାରୀ ଖାତାକୁ ଫେରିଲା ଜମି, ସେ ସବୁର ଗୋଟି ଗୋଟି ତଥ୍ୟ ନିଜ ପୁସ୍ତକ ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍‌ରେ ଲେଖିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଖାଲି ସେତିକି ନୁହେଁ, ଜବରଦଖଲ ମୁକ୍ତି ପ୍ରକ୍ରିୟା ବେଳେ  କିଭଳି ତାଙ୍କୁ […]

ତାଙ୍କୁ ଗାଡ଼ି ଧକ୍କା କରି ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା , ତିକ୍ତ ଅନୁଭୂତି ବଖାଣିଲେ ତାରା

gumar

Advertisment

ଭୁବନେଶ୍ୱର : ସରକାରୀ ଜମି ହଡ଼ପ କେଳେଙ୍କାରୀରେ କେମିତି ସଂପୃକ୍ତ ଥିଲେ ନେତା, ଅଫିସର ଓ ମାଫିଆ ? ସରକାରୀ ବ୍ୟବସ୍ଥାରେ କଣ ସବୁ ଚାଲିଥିଲା ଗଫଲାତି ?  କିଭଳି ଜବରଦଖଲ ମୁକ୍ତ ହୋଇ ସରକାରୀ ଖାତାକୁ ଫେରିଲା ଜମି, ସେ ସବୁର ଗୋଟି ଗୋଟି ତଥ୍ୟ ନିଜ ପୁସ୍ତକ ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍‌ରେ ଲେଖିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଖାଲି ସେତିକି ନୁହେଁ, ଜବରଦଖଲ ମୁକ୍ତି ପ୍ରକ୍ରିୟା ବେଳେ  କିଭଳି ତାଙ୍କୁ ଗାଡ଼ି ଧକ୍କା କରି ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା ସେ ତିକ୍ତ ଅନୁଭୂତି ବି ବଖାଣିଛନ୍ତି ତାରା।

Advertisment

publive-imageରାଜସ୍ୱ ବିଭାଗ ସଚିବ ହେବା ପରେ ରାଜ୍ୟର ୨୨୮୧ଟି ମୌଜାରେ ଜମି ବନ୍ଦୋବସ୍ତ ଓ ରେକର୍ଡ ଆଧୁନିକୀକରଣ ସହ ମାଫିଆଙ୍କ କବ୍‌ଜାରୁ ସରକାରୀ ଜମିକୁ ମୁକ୍ତ କରିବା ଥିଲା ତାଙ୍କ ପ୍ରାଥମିକତା । ହେଲେ ସେଥିପାଇଁ ସେ କମ୍ ନାକେଦମ୍ ହୋଇନାହାନ୍ତି । କାହା ନାଁ ନନେଇ ଭୁବନେଶ୍ୱର ତହସିଲର ଜଣେ ଏଏସ୍ଓ କିଭଳି ଜଣେ ପ୍ରତିପତ୍ତିଶାଳୀ ଇଜିଂନିୟରିଂ ଓ ମେଡିକାଲ କଲେଜ ମାଲିକଙ୍କ ସହ ମିଶି ବେଆଇନ୍ କାମ କରିଥିଲେ ସେ କଥା ବି ଉଲ୍ଳେଖ କରିଛନ୍ତି। ତାସହ ବିହାର ଭଳି ଓଡ଼ିଶାରେ ବି ଜମିଜମାର ହାଇଟେକ୍ ସର୍ଭେ ପାଇଁ ସ୍ପେସାଲ ସର୍ଭେ ଆଣ୍ଡ ସେଟଲମେଣ୍ଟ ଆକ୍ଟ ପାଇଁ ଅର୍ଡିନାନ୍ସ ଆଣିବାକୁ କେମିତି ତତ୍କାଳୀନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଉଦ୍ୟମ କରିଥିଲେ ଓ ପରେ ଏହା ଆଇନରେ ପରିଣତ ହୋଇଥିଲା ସେ କଥା ବି ଲେଖିଛନ୍ତି ତାରା । ଆଉ ତା’ ଉପରେ ମତ ରଖିଛନ୍ତି ବିଜୟ ପଟ୍ଟନାୟକ।

ଖାଲି ସେତିକି ନୁହେଁ, ମାଫିଆଙ୍କ କବ୍‌ଜାରେ ଥିବା ୧୫ ହଜାର ଏକର ଜମିରୁ ସାଢ଼େ ୭ ହଜାର ଏକର ସରକାରୀ ଖାତାକୁ ଫେରିଥିବା ବି ଲେଖିଛନ୍ତି ତାରା । ଯାହାଙ୍କ ମଧ୍ୟରେ ଥିଲେ ଜଣେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ। ରାଜଧାନୀ ଉପକଣ୍ଠରେ ସେ ମାଡ଼ି ବସିଥିବା ୫ ଏକର ସରକାରୀ ଜମିକୁ ସରକାରୀ ଅର୍ଥରେ ରାସ୍ତା କରିଥିବା ଖବର ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା। ସେ ଜମିରୁ ଜବରଦଖଲ ମୁକ୍ତ ପ୍ରକ୍ରିୟାବେଳେ ତାଙ୍କୁ ତାଙ୍କ କାର ପଛ ପଟୁ ଅନ୍ୟ ଗାଡ଼ି ଧକ୍କା କରାଯାଇ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ବି ଲେଖିଛନ୍ତି ତାରା । ଏଥିସହ ଜଣେ ପ୍ରତିଷ୍ଠିତ ଖବରକାଗଜ ମାଲିକ ତଥା ସେତେବେଳର ସାଂସଦଙ୍କ ଜବରଦଖରେ ଥିବା ଜମିକୁ ବି ମୁକ୍ତ କରାଯାଇଥିବା ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ଓ ଜଟଣୀ ତହସିଲରେ କିଭଳି ଶହ ଶହ ଏକର ସରକାରୀ ଜମି ବେଆଇନ ଭାବେ କିଛି ଶିକ୍ଷାନୁଷ୍ଠାନ ହାତେଇଛନ୍ତି ସେ କଥା ବି ଲେଖିଛନ୍ତି। ତେବେ ତାରା ଯାହା ସବୁ ଲେଖିଛନ୍ତି ତାହା ଭୁଲ୍ ନୁହେଁ ବୋଲି କହିଛନ୍ତି ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେବ ସାହୁ।

Advertisment

ଏହାଛଡ଼ା ରାଜଧାନୀ ଭିତରେ ଜଙ୍ଗଲ ଜମିରେ କିଭଳି ବସ୍ତି ବାସିନ୍ଦାଙ୍କୁ ଜାଣିଶୁଣି ରାଜନୈତିକ ଲୋକମାନେ ଜବରଦଖଲ କରି ରହିବାକୁ ଉସୁକାଉଥିଲେ ସେ କଥା ବି ବହିରେ ଉଲ୍ଲେଖ କରିଛନ୍ତି ତାରା ଦତ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ