Advertisment

ବିବାହ ଭୋଜି ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର

ମୋହନା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ କିଛି ଅମାନିଆ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। କମ୍‌…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବିବାହ ଭୋଜି ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର

Tehsildar

ମୋହନା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ କିଛି ଅମାନିଆ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। କମ୍‌ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ କରିବାକୁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ଅଧିକ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ କରୁଛନ୍ତି। ପ୍ରଶାସନ ଏହାକୁ ବିରୋଧ କରିବାରୁ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡ଼ିଛି।

Advertisment

ଗତକାଲି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗାଁ ଖ୍ରୀଷ୍ଟିୟାନ ସାହିରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକାଧିକ ଲୋକ ବିବାହ ଭୋଜିରେ ସାମିଲ ହୋଇଥିଲେ। ଖବର ପାଇ ଆର୍‌. ଉଦୟଗିରି ତହସିଲଦାର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ତହସିଲଦାର ଆୟୋଜକଙ୍କୁ ତାଗିଦ୍ କରିବାରୁ ଗାଁର ଶତାଧିକ ଲୋକେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ତେବେ ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ପଳାଇଥିଲେ। ମୁଣ୍ଡରେ ଆଘାତ ଲାଗି ଥିବାରୁ ସେ ଆର୍‌ ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଘଟଣାକୁ ନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।

Advertisment

ଘଟଣାସ୍ଥଳରେ ADM ପହଞ୍ଚି ତଦନ୍ତ କରିଛନ୍ତି। ଏସଡିପିଓ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ADM କହିଛନ୍ତି।

Advertisment
Advertisment