Suspicious Death Photograph: (OTV)
ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗ୍ରାମର ଏସ୍. ସନ୍ତୋଷ ରେଡ୍ଡୀଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ସୋମବାର ଗାଁରେ ମୃତଦେହ ପହଞ୍ଚିବା ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।
ସେ କିଛିବର୍ଷ ହେଲା ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କୌଣସି କାରଣରୁ ସେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସେଠାକାର ରେଳ ଷ୍ଟେସନ ନିକଟ ରାଜୀବ ଗାନ୍ଧୀ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ କରାଯାଇନଥିବା କାରଣରୁ ତାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ ପ୍ରକଟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/suspicious-death-2026-02-10-09-12-54.jpg)