Advertisment

‘ସେମାନେ ମୋ ଝିଅକୁ ମାରି ଦେଇଛନ୍ତି’

author-image
Rajalaxmi Sahoo
‘ସେମାନେ ମୋ ଝିଅକୁ ମାରି ଦେଇଛନ୍ତି’

husband-wife

ଆଳି: ଆଗପଛ ହୋଇ ଚାଲିଗଲେ ସ୍ୱାମୀ ସ୍ତ୍ରୀ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଏହାର ପରଦିନ ସ୍ତ୍ରୀର ମୃତ୍ୟୁ ହୋଇଥିଲା। ବୋହୂ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ ଅଭିଯୋଗ ଆଣିଥିବା ବେଳେ ଝିଅକୁ ଶାଶୁ ଘର ଲୋକେ ମାରି ଦେଇଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରଣ୍ଟପଡ଼ା ଗାଁରେ ଏହି ଘଟଣା ଘଟିଛି। ମୃତକ ହେଲେ ଗାଁର ମନୋଜ ତରାଇ ଓ ତାଙ୍କ ପତ୍ନୀ ସ୍ୱପ୍ନା ମାଝୀ। ମନୋଜ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ଲାନିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

Advertisment

ସୂଚନା ଅନୁସାରେ, ଗତ ୨୫ ତାରିଖରେ ମନୋଜ ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଚାନ୍ଦବାଲି ନହୁଲିଆଠାରେ ଦୁର୍ଘଟଣା ଘଟି ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୨୮ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସ୍ୱପ୍ନା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଗତ ୨୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱପ୍ନା ରଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ ଅଭିଯୋଗ ଆଣିଛନ୍ତି।

ଝିଅର ମୃତ୍ୟୁକୁ ନେଇ ସ୍ୱପ୍ନାଙ୍କ ବାପା ଅଭିଯୋଗ ଆଣି କହିଛନ୍ତି, ‘ତା’ ଶାଶୁ ଘର ଲୋକ ଫୋନ୍‌ କରି କହିଲେ ଆପଣଙ୍କ ଝିଅ ଗୁରୁତର ଅଛି, ତେଣୁ ଶୀଘ୍ର ଆସି ମେଡିକାଲ୍‌ରେ ପହଞ୍ଚନ୍ତୁ। ମେଡିକାଲ୍‌ରେ ପହଞ୍ଚିବା ପରେ ଦେଖିଲୁ, ଝିଅର ମୃତ୍ୟୁ ହୋଇସାରିଛି। ଜବରଦସ୍ତ ସେମାନେ ମୋ ଝିଅକୁ ମାରି ଦେଇଛନ୍ତି।‘

Advertisment

ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ରାଜକନିକା ଥାନାରେ ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ଷକ ପୂର୍ବେ ସେମାନଙ୍କର ବିବାହ ହୋଇଥିଲା। 

Advertisment
Advertisment