black fungus
ସମ୍ବଲପୁର: କରୋନା ପରେ ଏବେ ଆତଙ୍କିତ କରି ରଖିଛି ବ୍ଲାକ ଫଙ୍ଗସ୍ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍ସନ୍, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି। ଓଡ଼ିଶାରେ ଜଣେ ରୋଗୀ ଏହି ରୋଗରେ ପୀଡ଼ିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିବାବେଳେ ଆଉ ୨୫ ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗତକାଲି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର ।
ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଉକ୍ତ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା।
ଇତିମଧ୍ୟରେ ବୁର୍ଲା ଭୀମସାରରେ ଜଣେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିଛି । ରୋଗୀଙ୍କ ମୃତ୍ୟୁକୁ ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ। ମୃତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଥିବା ସେ କହିଛନ୍ତି । ୫ରୁ ୬ ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।
ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଥିବାରୁ ତାଙ୍କର ବ୍ଲାକ୍ ଫଙ୍ଗସ ହୋଇଛି କି ନାହିଁ କ୍ଲିନିକାଲ ଟେଷ୍ଟ କରାଯାଇ ପାରିନାହିଁ । ତେଣୁ ତାଙ୍କର ମୃତ୍ୟୁ ବ୍ଲାକ ଫଙ୍ଗସରେ ହୋଇଥିବା ଯଦିଓ କୁହାଯାଇପାରିବ ନାହିଁ ହେଲେ ସନ୍ଦିଗ୍ଧ କୁହାଯାଇପାରିବ ବୋଲି ସ୍ପଷ୍ଟ କରିଛନ୍ତି ଅଧୀକ୍ଷକ।
ସୂଚନାଥାଉ କି, ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ ଫଙ୍ଗସ ରୋଗୀ ଅଛନ୍ତି, ହେଲେ ଆମ ରାଜ୍ୟରେ ତାହାର ସଂଖ୍ୟା କମ୍ ରହିଛି। ଆମ ରାଜ୍ୟରେ ବ୍ଲାକ ଫଙ୍ଗସକୁ ନେଇ ସେପରି ସ୍ଥିତି ନାହିଁ। ୩ ବ୍ଲାକ ଫଙ୍ଗସ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି,ମାତ୍ର ଭିନ୍ନ କାରଣ ପାଇଁ ବୋଲି କହିଥିଲେ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର।
ତେବେ ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକସନ ଦରକାର କେନ୍ଦ୍ରକୁ ମାଗିଛୁ, ଯାହା ଆସୁଛି ବଣ୍ଟା ଯାଉଛ। ଆସନ୍ତା ସପ୍ତାହକୁ ସ୍ଥିତି ସୁଧୁରିଯିବ ବୋଲି ଆଶ୍ୱାସନା ଦେଇଥିଲେ ଶ୍ରୀ ମହାପାତ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/black-fungus-2_1622443543.jpg)