Advertisment

ହୋମ୍‌ କ୍ୱାରେଣ୍ଟିନ୍‌ରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

surat returnee

ହୋମ୍‌ କ୍ୱାରେଣ୍ଟିନ୍‌ରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

representational image

Advertisment

ବାରିପଦା: ସୁରତରୁ ଫେରି ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଅଞ୍ଚଳରେ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଶବ ସତ୍କାର ନିମନ୍ତେ  ଗ୍ରାମବାସୀ  ରାଜି ହେଉ ନାହାନ୍ତି। ମୃତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷ।

Advertisment

ଗତ ୧୭ ତାରିଖରେ ଉକ୍ତ ବ୍ୟକ୍ତି ସୁରତରୁ ଫେରିଥିଲେ। ଏହାପରେ ସରକାରୀ କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ୭ ଦିନ ରହିଥିଲେ। ଗତ ୨୪ ତାରିଖରୁ ଘରକୁ ଆସି ସେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ଆଜି ସକାଳେ ସେ ଅଣନିଶ୍ୱାସୀ ଅନୁଭବ କରିଥିଲେ। ଫଳରେ ଘର ବାହାରକୁ ପଳାଇ ଆସିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ମୃତକଙ୍କ ପରିବାରରେ ୨ ଜଣ ମହିଳା ଥିବା ବେଳେ ତାଙ୍କ ପୁଅ ଏବେ ସୁରତରେ ଥିବା ଜଣାଯାଇଛି।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବେତନଟୀ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି। ବାରିପଦାରୁ ଏକ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ସ୍ୱାବ୍‌ ସଂଗ୍ରହ କରାଯିବ। ଏହାପରେ ପ୍ରୋଟକଲ ଅନୁଯାୟୀ, ସେମାନେ ତାଙ୍କ ଶବ ସତ୍କାର କରିବେ ବୋଲି ବେତନଟୀ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି।

Advertisment
Coronavirus Coronavirus In Odisha Home Quarantine Surat Returnee Surat Returnee Dies Odisha Breaking News Odia News Odisha Khabar Khabar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ