court
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଗତବର୍ଷ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡରେ ଶ୍ରୀମନ୍ଦିର ସମ୍ପତ୍ତି ଭଙ୍ଗାରୁଜା ନେଇ ସର୍ବୋଚ୍ଚ ଅଦାଲତ ନୋଟିସ୍ ଜାରି କରିଛନ୍ତି। ଜଗନ୍ନାଥ ସେନା ଓ ଅନ୍ୟ କିଛି ସଂଗଠନ ପକ୍ଷରୁ ଆନ୍ଦୋଳନ ବେଳେ ହୋଇଥିବା ସଂପତ୍ତି ନଷ୍ଟ ନେଇ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି।
ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ କ୍ୟୁରି ଜଷ୍ଟିସ୍ ରଂଜିତ୍ କୁମାର ରିପୋର୍ଟ ଦାଖଲ କରିଥିଲେ। ଏଥିରେ ହିଂସାକାଣ୍ଡ ଭିଆଇଥିବା ଲୋକଙ୍କ ଠାରୁ ୪୫ଲକ୍ଷ ଟଙ୍କା କ୍ଷତି ଭରଣା କରିବାକୁ ଆବେଦନ କରିଥିଲେ। ଏପ୍ରିଲ ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ତେବେ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା ଭାର ଶଙ୍କରାଚାର୍ଯ୍ୟଙ୍କୁ ଦେବାକୁ ଆବେଦନ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/court-123_1626760368.jpg)