Advertisment

ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ […]

ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା

puri rath yatra 2020

Advertisment

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Advertisment

ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ପୁରୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। ରଥଯାତ୍ରା ଲୋକଙ୍କ ଭାବାବେଗ ସହ ଜଡିତ। ତେଣୁ ରଥଯାତ୍ରା ହେଲେ ଭକ୍ତଙ୍କ ସମାଗମକୁ ଅଟକାଇବା ଅସମ୍ଭବ ହୋଇପଡ଼ିବ। ସାମାଜିକ ଦୂରତ୍ୱ ମଧ୍ୟ ରହିବ ନାହିଁ।  ଏହାକୁ ଦୃଷ୍ଟିରେ ରଖି  ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି।

Advertisment

ସୂଚନାଥାଉ କି, ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ମାମଲା ଲଢୁଥିଲେ। ରାଜ୍ୟ ସରକାରଙ୍କ ପାଇଁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢ଼ୁଥିବାବେଳେ ଓଡ଼ିଶା ବିକାଶ ପରିଷଦ ପାଇଁ ଲଢୁଥିଲେ ମୁକୁଲ ରୋହତଗି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ SG ତୁଷାର ମେହେଟ୍ଟା।

ସୂଚନାଥାଉ କି, ଜୁନ୍ ୨୩ରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାର ଥିଲା। ସେପଟେ ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ ବୋଲି କହିଲେ ଜଗୁନି

Advertisment

ଆହୁରି ପଢ଼ନ୍ତୁ: ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?

Rath Yatra Puri Rath Yatra 2020 Puri Rath Yatra 2020 Update ପୁରୀ ରଥଯାତ୍ରା Puri Rath Yatra Cancel Puri Rath Yatra Cancels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ