Advertisment

Supreme Court Permits Deployment of Judges to West Bengal: ପଶ୍ଚିମବଂଗ SIR ବିବାଦ; ଓଡ଼ିଶା, ଝାଡ଼ଖଣ୍ଡରୁ ଯିବେ ବିଚାରପତି

ପଶ୍ଚିମବଂଗ SIR ବିବାଦ: ଓଡ଼ିଶା, ଝାଡ଼ଖଣ୍ଡରୁ ଯିବେ ବିଚାରପତି। SIRକୁ ନେଇ ଥିବା ମାମଲାର ସମାଧାନ ପାଇଁ ଯିବେ। ଓଡ଼ିଶା ଓ ଝାଡ଼ଖଣ୍ଡରୁ ପଶ୍ଚିମବଂଗ ଯିବେ ବିଚାରପତି। ପଶ୍ଚିମବଂଗରେ SIR ବିବାଦ ନେଇ ରହିଛି ୮୦ ଲକ୍ଷ ମାମଲା। ଅଭିଯୋଗର ପରିଚାଳନା ପାଇଁ ଯିବେ ବିଚାରପତି।

author-image
Pramod Behera
Supreme Court Permits Deployment of Judges to West Bengal

ପଶ୍ଚିମବଂଗ SIR ବିବାଦ; ଓଡ଼ିଶା, ଝାଡ଼ଖଣ୍ଡରୁ ଯିବେ ବିଚାରପତି Photograph: (OTV)

ପଶ୍ଚିମବଂଗରେ SIRକୁ ନେଇ ଥିବା ମାମଲାର ସମାଧାନ ପାଇଁ ବାହାର ରାଜ୍ୟରୁ ଯିବେ ବିଚାରପତି। ଓଡ଼ିଶା ଓ ଝାଡ଼ଖଣ୍ଡରୁ ପଶ୍ଚିମବଂଗକୁ ଯିବେ ବିଚାରପତି। ପଶ୍ଚିମବଂଗରେ SIR ବିବାଦ ନେଇ ୮୦ ଲକ୍ଷ ଆବେଦନ ରହିଛି। ଏହି ସବୁ ଅଭିଯୋଗର ପରିଚାଳନା ପାଇଁ ଓଡ଼ିଶା, ଝାଡ଼ଖଣ୍ଡର ବିଚାରପତିଙ୍କୁ ନିୟୋଜିତ କରାଯିବ। 

Advertisment

ପଡ଼ୋଶୀ ରାଜ୍ୟରୁ ନ୍ୟାୟିକ ଅଧିକାରୀମାନଙ୍କୁ ନିୟୋଜିତ କରିବା ପାଇଁ ଖର୍ଚ୍ଚ ବହନ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୮୦ଲକ୍ଷ ଦାବି ଏବଂ ଆପତ୍ତିର ସମାଧାନ ପାଇଁ ଓଡ଼ିଶା ଏବଂ ଝାଡ଼ଖଣ୍ଡର ସିଭିଲ୍ ଜଜ୍ ମାନଙ୍କୁ ନିୟୋଜିତ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବର୍ତ୍ତମାନ ପଶ୍ଚିମବଂଗରେ SIR କାର୍ଯ୍ୟରେ ନିୟୋଜିତ ୨୫୦ ଜିଲ୍ଲା ବିଚାରପତିଙ୍କୁ ଆବେଦନର ପ୍ରକ୍ରିୟାକରଣ ପାଇଁ ପ୍ରାୟ ୮୦ ଦିନ ସମୟ ଲାଗିବ। 

କଲିକତା ହାଇକୋର୍ଟର ଅନୁରୋଧକୁ ତୁରନ୍ତ ଏବଂ ସହାନୁଭୂତିଶୀଳ ଭାବରେ ବିଚାର କରିବାକୁ ଝାଡ଼ଖଣ୍ଡ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରିଥିଲେ ସୁପ୍ରିମକୋର୍ଟ।କୋର୍ଟ ଫେବୃଆରୀ ୨୮ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁମତି ଦେଇଥିଲେ। ତେବେ ସମସ୍ୟା ନେଇ ମାମଲା ଥିବାରୁ ବିବାଦର ସମାଧାନ ହୋଇପାରିନାହିଁ।

Advertisment

  • ପଶ୍ଚିମବଂଗ SIR ବିବାଦ: ଓଡ଼ିଶା, ଝାଡ଼ଖଣ୍ଡରୁ ଯିବେ ବିଚାରପତି
  • SIRକୁ ନେଇ ଥିବା ମାମଲାର ସମାଧାନ ପାଇଁ ଯିବେ
  • ଓଡ଼ିଶା ଓ ଝାଡ଼ଖଣ୍ଡରୁ ପଶ୍ଚିମବଂଗ ଯିବେ ବିଚାରପତି
  • ପଶ୍ଚିମବଂଗରେ SIR ବିବାଦ ନେଇ ରହିଛି ୮୦ ଲକ୍ଷ ମାମଲା
  • ଅଭିଯୋଗର ପରିଚାଳନା ପାଇଁ ଯିବେ ବିଚାରପତି
  • ବିଚାରପତିଙ୍କ ଖର୍ଚ୍ଚ ବହନ କରିବାକୁ ECIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ନିୟୋଜିତ ହେବେ ଓଡ଼ିଶା ଏବଂ ଝାଡ଼ଖଣ୍ଡର ସିଭିଲ୍ ଜଜ୍
Election Commission West Bengal Odisha News
Advertisment
Advertisment