son
ନୟାଗଡ଼ : ଯେତେ ସଚେତନତା କରାଗଲେ କି ସୂଚନା ଦିଆଗଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟୁନାହିଁ । ଫଳରେ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁରେ।
ପୁଅକୁ ମନ୍ଦିରରେ ଛାଡି ଚାଲିଯାଇଛନ୍ତି ତାର ବାପାମାଆ। ଏପରିକି ମନ୍ଦିରରୁ ନବାହାରିବା ପାଇଁ ତାଗିଦ୍ ବି କରିଛନ୍ତି । ୭ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ବାଳକ ଯାହାକୁ ଛୁଇଁଦେଉଛି, ତା ଦେହରେ ମଳ ବା ବିଷ୍ଠା ଲାଗିଯାଉଥିବା ଗାଁଲୋକେ କହୁଛନ୍ତି।
କେବଳ ଏତିକି ନୁହେଁ, ବରଂ ଲୁଗାପଟା, ବହିଖାତା ଯାହାକୁ ସେ ଧରୁଛି, ସେଥିରେ କୁଆଡ଼େ ବିଷ୍ଠା ଲାଗିଯାଉଛି । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ପିଲାଟିକୁ ଗାଁ ମନ୍ଦିରରେ ଛାଡି ଆସିଛନ୍ତି।
ପୁରା ଅଂଚଳରେ ଏହି ଘଟଣା ଏବେ ଚର୍ଚ୍ଚା ପାଲଟିଛି। ଅନ୍ୟପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ହେତୁବାଦୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/son_1626688498.jpg)