/odishatv-khabar/media/post_attachments/uploadimage/library/16_9/16_9_0/subodha_1626685452.jpg)
subodha
ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ ସୁପରିଣ୍ଟେଣ୍ଡେଣ୍ଟ କୁଆଡ଼େ ତାଙ୍କୁ ବହିଷ୍କାର କରିଦେଇଥିଲେ ।
ସେହିଦିନଠୁ ସେ ଚାକିରି ସନ୍ଧାନରେ ଭୁବନେଶ୍ୱରସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଆସି ନିଖୋଜ ହୋଇଯାଇଥିଲେ । ଏନେଇ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲେ ବି କୌଣସି ପତ୍ତା ମିଳିନଥିଲା ବୋଲି ପରିବାର ଏବଂ ସମ୍ପର୍କୀୟ କହିଛନ୍ତି।
କେବଳ ଏତିକି ନୁହେଁ, ସୁବୋଧଙ୍କୁ ପୂର୍ବରୁ କମିଶନରେଟ୍ ପୁଲିସର ପିସିଆର୍ ଧରି ମିଶନ ଆଶ୍ରାରେ ବି ଛାଡ଼ିଥିଲା। କିନ୍ତୁ ଦୁଇ ଦିନ ତଳେ ମିଶନ ଆଶ୍ରାରୁ ଉଭାନ ହୋଇଯାଇଥିଲେ । ଆଉ ଆଜି ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ପାଠାଗାର ଉପରେ ଚଢ଼ିଯାଇଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଜଣେ ସମ୍ପର୍କୀୟ ପହଞ୍ଚିଥିଲେ ଘଟଣାସ୍ଥଳରେ। ଆଉ ଚିହ୍ନଟ କରିଥିଲେ ସୁବୋଧଙ୍କୁ।
ମାନସିକ ବିକୃତି ହେଉ କିମ୍ବା ମାନସିକ ଭାରସାମ୍ୟ ହରାଇ ହେଉ , ଗତ ସପ୍ତାହକ ମଧ୍ୟରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଲାଣି। ଗତ ୧୪ ତାରିଖରେ ସୁନ୍ଦରଗଡ଼ ଡୁଡୁକା ଗାଁର ଶିବ ଚନ୍ଦନ ନାମକ ଜଣେ ଯୁବକ ଦୁଇ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ଏବେ ଦେଖାଦେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)