Advertisment

Youth Congress Leader Dies: ସୁବର୍ଣ୍ଣପୁର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁରରେ ଯୁବ କଂଗ୍ରେସ ନେତାଙ୍କ ମୃତ୍ୟୁ। ମୃତ କଂଗ୍ରେସ ନେତାଙ୍କ ନାଁ ରାଜେଶ ମିଶ୍ର। ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛନ୍ତି ରାଜେଶl ଭଗବତୀ ପ୍ଲଟ୍ ଘରୁ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

author-image
Pramod Behera
Youth Congress Leader Dies

ସୁବର୍ଣ୍ଣପୁର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ Photograph: (OTV)

ସୁବର୍ଣ୍ଣପୁର ସହରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ଆତ୍ମହତ୍ୟାl ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛନ୍ତି ରାଜେଶ l ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ନିଜ ପାଖରେ ଥିବା ଲାଇସନ୍ସ ପ୍ରାପ୍ତ ପିସ୍ତଲରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି l ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜେଶ ଏଭଳି ଏକ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ l 

Advertisment

ସେପଟେ ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ପହଁଚି ଘଟଣାସ୍ଥଳରେ ପଡ଼ିଥିବା ପିସ୍ତଲ, ବ୍ୟହାହାର ହୋଇଥିବା ଗୁଳିର ଅଂଶ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି l ସେହିଭଳି ରାଜେଶ ପୋଷ୍ଟ ମଟମ କରିବାକୁ ସମ୍ବଲପୁର ମଧ୍ୟ ସ୍ୱତନ୍ତ୍ର ଡାକ୍ତରୀ ଟିମ ଆସିବା ନେଇ ସୂଚନା ମିଳିଛି l

Congress Leader Odisha Crime Odisha News
Advertisment
Advertisment