Advertisment

ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ତାତିଲେ ଛାତ୍ରଛାତ୍ରୀ, ଅଭିଭାବକ

ଭୁବନେଶ୍ୱର: ମାଟ୍ରିକ ରେଜଲ୍‌ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି।କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ…

ଅଦ୍ୟତନ ହୋଇଛି
ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ତାତିଲେ ଛାତ୍ରଛାତ୍ରୀ, ଅଭିଭାବକ

matric student

Advertisment

ଭୁବନେଶ୍ୱର: ମାଟ୍ରିକ ରେଜଲ୍‌ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି।କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି ପିଲାମାନେ।

Advertisment

ସେହିପରି ଭୁବନେଶ୍ୱର ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀମନେ ବିକ୍ଷୋଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ମଧ୍ୟ ସ୍କୁଲ୍‌ରେ ପ୍ରତିବାଦ କରିଛନ୍ତି।  ପୁରୀରେ ମଧ୍ୟ ମାଟ୍ରିକ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ପୁରୀ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅସନ୍ତୋଷ ଦେଖା ଦେଇଛି । ପାଇଥିବା ନମ୍ବରରେ ଅସନ୍ତୋଷ ପ୍ରକାଶ କରି ସ୍କୁଲକୁ ଘେରିଛନ୍ତି ଛାତ୍ରଛାତ୍ରୀ । ଅସନ୍ତୋଷ ତୀବ୍ର ହେବା ପରେ ସମୀକ୍ଷା କରିବା ପାଇଁ DEOଙ୍କୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢନ୍ତୁ : ଆସିଲାନି ମାଟ୍ରିକ ରେଜଲ୍ଟ: ଅନ୍ଧାରରେ ୭୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Advertisment

ଭଦ୍ରକରେ ମଧ୍ୟ ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭଦ୍ରକ ପୁରୁଣା ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଅଭିଭାବକ ଓ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହିତ ପରୀକ୍ଷା ଫଳ ବଢେଇବକୁ ଦାବି କରିଛନ୍ତି । ସେମାନଙ୍କ କହିବା ଅନୁଯାଇ ୯୦% ମାର୍କ ରଖୁଥିବା ବେଳେ ଦଶମ ପରୀକ୍ଷାରେ ୭୦% ମାର୍କ କି ଭଳି ଆସିଲା ତାହା ଏବେ ଶିକ୍ଷା ବିଭାଗ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି

କଟକ ସାଲେପୁରରେ ମଧ୍ୟ ସମାନ ସ୍ଥିତି। ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୋଷ ପ୍ରକାଶ କରି ସାଲେପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଭିଭାବକଙ୍କ ସହ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀ ପୁନଃ ମୂଲ୍ୟାୟନ ପାଇଁ  ଦାବି କରିଛନ୍ତି।

Advertisment

ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ଅଭିଯୋଗ ଯେ, ବୋର୍ଡ ଦେଇଥିବା ଫର୍ମୂଲା ଅନୁସାରେ ନମ୍ବର ମିଳିନି। ଫର୍ମୂଲା ହାସିବରେ ଯେଉଁ ପିଲା ୯୦ ପ୍ରତିଶତ ଉପରକୁ ରଖୁଛି ତାକୁ ମିଳିଛି ୭୫ ପ୍ରତିଶତ, ଯିଏ ରଖିଛି ୭୫ ପ୍ରତିଶତ ତାକୁ ଦିଅଯାଇଛି ୫୫ ପ୍ରତିଶତ। ଏପରି ସ୍ଥିତିରେ ପିଲା କେଉଁ କଲେଜରେ କିପରି ନାମ ଲେଖାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହାବ୍ୟତୀତ ଆଉ ଥରେ ପରୀକ୍ଷା ଦେବାକୁ ବି ପିଲାମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ ପରୀକ୍ଷା ଦେଲେ ଯୁକ୍ତ ୨ରେ ନାମ ଲେଖାଇବାରେ ବିଳମ୍ବ ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ