Advertisment

Students Protest Outside School: କ୍ଲାସ ରୁମ ଛାଡ଼ି ରାଜରାସ୍ତାରେ ଛାତ୍ରଛାତ୍ରୀ, ଟାୟାର ଜାଳି ରାସ୍ତା ଅବରୋଧ

ସ୍କୁଲରେ ଅଚଳାବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ। ରାଜରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କଲେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ନକରି ବିବାଦରେ ବ୍ୟସ୍ତ ରହୁଥିବା ଅଭିଯୋଗ।

Students

Students Photograph: (OTV)

Advertisment

କ୍ଲାସ ରୁମ ଛାଡ଼ି ରାଜରାସ୍ତାରେ ଛାତ୍ରଛାତ୍ରୀ। ସ୍କୁଲରେ ଅଚଳାବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜଳସରପୁର ହାଇସ୍କୁଲରେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଉପଯୁକ୍ତ ଶିକ୍ଷାଦାନ ନ କରି ବିଦ୍ୟାଳୟରେ ନିଜ ନିଜ ଭିତରେ ବିବାଦରେ ବ୍ୟସ୍ତ ରହୁଛନ୍ତି। 
ଗତକାଲି ବିଚ ରାସ୍ତାରେ ଶିକ୍ଷୟତ୍ରୀ ଓ କିରାଣୀଙ୍କ ଭିତରେ ଗଣ୍ଡଗୋଳ ଘଟଣା ଥାନା ପର୍ଯ୍ୟନ୍ତ ଯାଇଛି । ଏ ଘଟଣା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଟାୟାର ଜାଳି ଜାବିନୀପୁର-ଗେଡ଼ମା ରାସ୍ତାକୁ ଅବରୋଧ କରି ବସିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷୟିତ୍ରୀ ନିୟମିତ ସ୍କୁଲ ଆସୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

Advertisment


•    କ୍ଲାସ ରୁମ ଛାଡ଼ି ରାଜରାସ୍ତାରେ ଛାତ୍ରଛାତ୍ରୀ
•    ସ୍କୁଲରେ ଅଚଳାବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ
•    କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜଳସରପୁର ହାଇସ୍କୁଲରେ ଘଟଣା 
•    ଟାୟାର ଜାଳି ଜାବିନୀପୁର-ଗେଡ଼ମା ରାସ୍ତା ଅବରୋଧ
•    ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ନକରି ବିବାଦରେ ବ୍ୟସ୍ତ ରହୁଥିବା ଅଭିଯୋଗ 
•    ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷୟିତ୍ରୀ ନିୟମିତ ସ୍କୁଲ ଆସୁନଥିବା ଅଭିଯୋଗ 

Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ