Advertisment

ପରୀକ୍ଷା ବାତିଲ କରିବା ନେଇ ଧାରଣାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ କରାଯାଉ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା […]

ପରୀକ୍ଷା ବାତିଲ କରିବା ନେଇ ଧାରଣାରେ ଛାତ୍ରଛାତ୍ରୀ

dharana

Advertisment

ଭୁବନେଶ୍ୱର: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ କରାଯାଉ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋର ଧରିଛି ଛାତ୍ର ଆନ୍ଦୋଳନ। ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ପରୀକ୍ଷା ବାତିଲ କରିବାକୁ ଦାବି ହୋଇଛି।

ସାରା ଦେଶ ସହ ରାଜ୍ୟରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏକାଠି ହୋଇ ପରୀକ୍ଷା ଦେବା ଓ ଗୋଟିଏ ହଷ୍ଟେଲରେ ରହିବା, ଏକାଠି ଖାଇବା ଓ ଅନ୍ୟାନ୍ୟ କାମ ଭିତରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି। ଏଣୁ ଏହାର ବିକଳ୍ପ ବ୍ୟବସ୍ଥା ରାଜ୍ୟ ସରକାର ଚିନ୍ତା କରନ୍ତୁ ଏବଂ ପରୀକ୍ଷା ବାତିଲ ହେଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ