OTV Mini Marathon Photograph: (OTV)
ଆଜି ବିଶ୍ବ କର୍କଟ ଦିବସ। ଏହି ଅବସରରେ ଓଟିଭି ପକ୍ଷରୁ ଆୟୋଜନ କରାଯାଇଛି ମିନି ମାରାଥନ୍। ଭୁବନେଶ୍ବର ଜାଭିୟର ରୋଡ୍ ସ୍ଥିତ ସରକାରୀ ପଲିଟେକନିକରୁ ଆରମ୍ଭ ହୋଇଥିଲା ଏହି ମାରାଥନ୍। କର୍କଟକୁ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ମିନି ମାରାଥନ୍ ଆୟୋଜନ କରାଯାଇଛି।
ଏଥିରେ ସାମିଲ ହୋଇଛନ୍ତି ବହୁ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବୟସ ଓ ବର୍ଗର ଲୋକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି 'ୟୁନାଇଟେଡ୍ ବାଏ ୟୁନିକ୍'।
ବିଶ୍ବବ୍ୟାପୀ କର୍କଟ ରୋଗର ଭୟାବହତା ସଂପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ବିଶ୍ବ କର୍କଟ ଦିବସ। ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗ ହୋଇଥାଏ। ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି।
କର୍କଟ ଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଲାଗି କର୍କଟ ଆକ୍ରାନ୍ତଙ୍କ ସମର୍ଥନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ବହୁଳ ସଂଖ୍ୟାରେ ଯୋଗଦାନ କରି କ୍ୟାନସର ମୁକ୍ତ ବିଶ୍ବ ଗଠନରେ ଭାଗିଦାର ହେବାକୁ ଆହ୍ୱାନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/otv-mini-marathon-2026-02-04-09-15-24.jpg)