Subhadra Photograph: (OTV)
୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍ରୀ ୧୮ ହଜାର ବା ତାଠାରୁ ଅଧିକ ଟଙ୍କାର ବୃତ୍ତି କିମ୍ବା କେନ୍ଦ୍ର ଅବା ରାଜ୍ୟ ସରକାରଙ୍କଠୁ ୧୮ ହଜାର ବା ତାଠୁ ଅଧିକ ଟଙ୍କା ଆର୍ଥିକ ସହାୟତା ପାଉଥିଲେ ମିଳିବନି ସୁଭଦ୍ରା ସହାୟତା । ସୁଭଦ୍ରା ଯୋଜନାରୁ ସେମାନଙ୍କୁ ବାଦ୍ ଦିଆଯିବ।
ଏ ନେଇ ଦୁଇ ବିଭାଗକୁ ରିପୋର୍ଟ ମାଗିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ସେକ୍ଷେତ୍ରରେ ସଂପୃକ୍ତ ମହିଳା ସୁଭଦ୍ରା ପାଇଁ ଅଯୋଗ୍ୟ ଘୋଷିତ ହେବେ ।
ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା'ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/19/subhadra-2025-10-19-13-25-33.jpg)