students cut vegetables
ବାଲେଶ୍ୱର ( ରଞ୍ଜିତ୍ ପାକଳ) : ପାଠ ପଢିବା ବଦଳରେ ମଧ୍ୟାହ୍ନ ଭୋଜନ ଲାଗି ପରିବା କାଟୁଛନ୍ତି ଛାତ୍ରୀ । ପାଚିକା କିମ୍ବା ସହାୟିକା ନୁହଁନ୍ତି ବରଂ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଦୁଇ ଜଣ ଛାତ୍ରୀ ପନିଖି ଧରି କିଭଳି ଆଳୁ କାଟୁଛନ୍ତି । ଏହି ଆଳୁ କାଟୁଥିବା ସମୟର ଦୃଶ୍ୟ ଭାଇରାଲ ହେବା ପରେ ଘଟଣାଟି ସାମନାକୁ ଆସିଛି। ତେବେ ପରିବା କାଟିବା ନେଇ ପଚାରିବାରୁ ହେଡ୍ ଦିଦି କହିଥିବା କହିଛନ୍ତି ଦୁଇ ଛାତ୍ରୀ । ତେବେ କେବଳ ଆଳୁ ନୁହେଁ, ଅନ୍ୟାନ୍ୟ ପରିବା କାଟିବା ସହ ମସଲା ବଟା, ବାସନ ମାଜିବାକୁ ମଧ୍ୟ ଦିଦି କହୁଥିବା କହିଛନ୍ତି ଛାତ୍ରୀ ।
ତେବେ ଏ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ଘଟଣା ସଂପର୍କରେ କିଛି ଜାଣି ନଥିବା କହୁଥିବାବେଳେ ପ୍ରାୟ ସମୟରେ କିନ୍ତୁ ହେଡ୍ ଦିଦି ପିଲାମାନଙ୍କୁ ପରିବା କଟାରେ ଲଗାଉଥିବା କହିଛନ୍ତି ସେହି ବିଦ୍ୟାଳୟର ଆଉ ଜଣେ ଶିକ୍ଷୟିତ୍ରୀ ।
ତେବେ ଛାତ୍ରୀଙ୍କ ପରିବା କଟା ଘଟଣା ନେଇ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଭଳି କୌଣସି ଅଭିଯୋଗ ତାଙ୍କ ପାଖରେ ନ ଥିବା କହିବା ସହ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/students-cut-vegetables_1626685837.jpg)