Advertisment

ନଦୀକୁ ଡେଇଁ କଲେଜ ଛାତ୍ରୀ ନିଖୋଜ

ସାଲେପୁର (ମନୋଜ ଆଚାର୍ଯ୍ୟ):ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ବରପଡ଼ା ନିକଟରେ । ସୂଚନା ମୁତାବକ, ବରପଡ଼ା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ଉକ୍ତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ଦୁଇରେ ପାଠ ପଢୁଥିଲେ। ତେବେ ସେ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ […]

ନଦୀକୁ ଡେଇଁ କଲେଜ ଛାତ୍ରୀ ନିଖୋଜ

std

Advertisment

ସାଲେପୁର (ମନୋଜ ଆଚାର୍ଯ୍ୟ):ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ବରପଡ଼ା ନିକଟରେ ।

Advertisment

ସୂଚନା ମୁତାବକ, ବରପଡ଼ା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ଉକ୍ତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ଦୁଇରେ ପାଠ ପଢୁଥିଲେ। ତେବେ ସେ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀ ମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି। ତେବେ କାହିଁକି ଛାତ୍ରୀ ଜଣଙ୍କ ପାଣିକୁ ଡେଇଁଲେ,ଏନେଇ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ