Republic Day Photograph: (OTV)
ଭୁବନେଶ୍ବର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟୀ। ଏଥିସହ ସେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥର ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇଛନ୍ତି ୫୪ଟି କଣ୍ଟିନଜେଣ୍ଟ।
ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ଅଛନ୍ତି। ତାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି। ଚମତ୍କାର ଡେୟାର ଡେଭିଲ୍ ସୋ' ପ୍ରଦର୍ଶନ ସହ କୁନି କୁନି ପିଲା ସ୍କେଟିଂ କୌଶଳ ଦେଖାଇଲେ।
ସେହିପରି ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଓ ଲୋକକଳା ଗ୍ରୁପ ବି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିଲେ। ଏଥିସହ ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିଲା।
ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ
ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ଭୁବନେଶ୍ବର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍
ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଜ୍ୟପାଳ
ପରେଡରେ ୫୧ କଣ୍ଟିନଜେଣ୍ଟ, ୧୨ ପ୍ରଜ୍ଞାପନ ମେଢ
ଚମତ୍କାର ଡେୟାର ଡେଭିଲ୍ ସୋ' ପ୍ରଦର୍ଶନ
କୁନି କୁନି ପିଲା ଦେଖାଇଲେ ସ୍କେଟିଂ କୌଶଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/26/republic-day-2026-01-26-09-51-43.jpg)