Advertisment

ବିଜୁ ଜୟନ୍ତୀରେ ୨୦ଲକ୍ଷ ବିଜୁ ପକ୍କାଘର ବାଣ୍ଟିବେ ସରକାର

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ ସରକାରୀସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ଜୟନ୍ତୀରେ ୨୦ ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀକୁ ଜୋରଦାର ଢଙ୍ଗରେ ପାଳନ ପାଇଁ ନିଷ୍ପତ୍ତି […]

ବିଜୁ ଜୟନ୍ତୀରେ ୨୦ଲକ୍ଷ ବିଜୁ ପକ୍କାଘର ବାଣ୍ଟିବେ ସରକାର

biju

Advertisment

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ ସରକାରୀସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ଜୟନ୍ତୀରେ ୨୦ ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀକୁ ଜୋରଦାର ଢଙ୍ଗରେ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡରେ ଛାତଘରର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ୨୦ ଲକ୍ଷ ଘର ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି।

ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଏହି ଘରଗୁଡ଼ିକର କାର୍ଯ୍ୟାଦେଶ ବାଣ୍ଟିବେ। ତେବେ କେଉଁ ଜିଲ୍ଲାରେ କେତେ ଘର ବଣ୍ଟାଯିବ ତାହା ସ୍ଥିର ହୋଇନି। ଆସନ୍ତା ୧୫ ତାରିଖ ସୁଦ୍ଧା ପଂଚାୟତିରାଜ ବିଭାଗ ଜିଲ୍ଲାୱାରି ଘର ତାଲିକା ଜାରି ହେବ। ଏଥିପାଇଁ ବଜେଟରେ ମଧ୍ୟ ଅର୍ଥ ବ୍ୟୟବରାଦ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ୩ ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତାମାନେ ଏକ ବୈଠକ କରି ବିଜୁ ଜୟନ୍ତୀକୁ ୭ଦିନ ବ୍ୟାପି ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ବାଲିଯାତ୍ରା ପଡ଼ିଆରେ ସମାରୋହ କରାଯିବ। ଏହି ୭ ଦିନ ମଧ୍ୟରେ ଯୁବ ଓ ଛାତ୍ର ବିଜେଡି ପାଇଁ କିଛି କାର୍ଯ୍ୟକ୍ରମ, ମହିଳା ବିଜେଡ଼ି ପାଇଁ ବି କିଛି କାର୍ଯ୍ୟକ୍ରମ ରହିଛି। ବିଜୁ ବାବୁଙ୍କ ସାହାସିକତା ଓ ଓଡ଼ିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଯିବ। ଏହା ସହ ରାଜ୍ୟ ସରକାରଙ୍କର ୨୦ ବର୍ଷର ସଫଳତା କଥା ବି ଲୋକଙ୍କ ପାଖରେ ଦଳ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ