Capture 3
ଭୁବନେଶ୍ୱର: କୋଷ୍ଟାଲ ହାଇେୱ ନେଇ NHAI ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ମନକୁ ପାଉନି। ତେଣୁ ପୁଣି ଥରେ ଉକ୍ତ ଯୋଜନାର ରୂପରେଖ ପ୍ରସ୍ତୁତ କରିବାକୁ NHAI କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଦେଇଥିବା ସୂଚନା ଅନୁସାରେ, NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର NHAI ସାତପଡ଼ାରୁ ପୁରୀ ଏକଜଷ୍ଟିଂ ରୋଡରେ ହାଇେୱେ କରିବାକୁ ଚାହୁଁଛନ୍ତି । ହେଲେ ଏହି ହାଇେୱେ ହେବା ଦ୍ୱାରା ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ ୧୦ କି.ମି. ଦୂର ହେଉଛି । ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରୁନଥିବା ସେ କହିଛନ୍ତି ।
ତେଣୁ ଆଉଥରେ ଯୋଜନାର ରୂପରେଖ ପ୍ରସ୍ତୁତି ପାଇଁ NHAIକୁ କୁହାଯାଇଥିବା ପୂର୍ତ୍ତ ସଚିବ କହିଛନ୍ତି । ସେହିପରି ଚିଲିକା ଉପରେ ୨ଟି ସିଗନେଚର ବ୍ରିଜ୍ କରାଯିବାକୁ ମଧ୍ୟ ଯୋଜନା ରହିଛି । ଏହାଦ୍ୱାରା ଯେମିତି ପରିବେଶର କ୍ଷତି ନ ହେବ ସେଥପ୍ରତି ଦୃଷ୍ଟି ଦିଆଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-3-3_1626692346.jpg)