Advertisment

ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର […]

ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

2

Advertisment

ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର ଉନ୍ନୟନ ବିଭାଗ।

Advertisment

ପୌର ସଂସ୍ଥାରେ ଏଥର ୫୦ ପ୍ରତିଶତ ଭିତରେ ରହିବ ସଂରକ୍ଷଣ ବ୍ୟବସ୍ଥା। ହାଇକୋର୍ଟଙ୍କ ଏ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ  କରି ଝଟ୍‌କା ଖାଇବା ପରେ ଏବେ ମ୍ୟୁନିସପାଲ ଆଇନରେ ଥିବା ପ୍ରଚଳିତ ବ୍ୟବସ୍ଥାକୁ ସଂଶୋଧନ କରିବେ ସରକାର । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଧାନସଭାର ବଜେଟ୍ ଅଧିବେଶନରେ ଏନେଇ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ସରକାର । ପ୍ରଚଳିତ ବ୍ୟବସ୍ଥାରେ ପୌର  ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହିପରି ୱାର୍ଡ଼ରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର  ଜନସଂଖ୍ୟାକୁ ଆଧାର କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯାଉଥିଲା । ଏହି ହିସାବରେ କିଛି ପୌର ସଂସ୍ଥାରେ ସଂରକ୍ଷଣ ୬୬  ପ୍ରତିଶତକୁ ଟପିଯାଉଥିଲା । ତେବେ ସାଧାରଣ ନିର୍ବାଚନ ଥିବାରୁ ସୁପ୍ରିମକୋର୍ଟଙ୍କ ରାୟକୁ କାଯର୍ୟକାରୀ କରି ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇପାରିନଥିଲେ ସରକାର। ଏବେ ନିର୍ବାଚନ ସରିଥିବାରୁ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ସମ୍ପର୍କିତ ତଥ୍ୟ ତୁରନ୍ତ ଦେବାକୁ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ମନେପକାଇ  ଦେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ କିନ୍ତୁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ବେଶି କିଛି କହି ନାହାନ୍ତି ।

ଡିସେମ୍ବର ୨୯, ୨୦୧୮ରେ କାର୍ଯ୍ୟକାଳ ସରିଥିବା ବ୍ରହ୍ମୁପୁର ମ୍ୟୁନିସ୍‌ପାଲ କର୍ପୋରେସନ ସମେତ ଅନ୍ୟ ୬୫ଟି ପୌର  ସଂସ୍ଥାରେ ପ୍ରଶାସକ ନିଯୁକ୍ତି କରିଛନ୍ତି ସରକାର । ସେହିପରି ଭୁବନେଶ୍ୱର ମହାନଗର ନିଗମ ସମେତ ୨୫ଟି ପୌର ସଂସ୍ଥାରେ ମଧ୍ୟ ଦ୍ୱିତୀୟ  ପର୍ଯ୍ୟାୟରେ ଜାନୁଆରୀ  ମାସରେ ପ୍ରଶାସକ ନିଯୁକ୍ତି ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଝଟକା ପରେ ସରକାର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ  ଆଳରେ ନିର୍ବାଚନ ଟାଳିଥିବା ଚର୍ଚ୍ଚା ହୋଇଥିଲା। ଏବେ କିନ୍ତୁ ସାଧାରଣ ନିର୍ବାଚନରେ ସରକାରୀ ଦଳ ଭଲ ପ୍ରଦର୍ଶନ କରିଥିବାରୁ ଆଉ  ନିର୍ବାଚନ ମଇଦାନକୁ ଓହ୍ଲାଇବାରେ ସମସ୍ୟା ରହିବା କଥା ନୁହେଁ । ସେପଟେ ପୌର ନିର୍ବାଚନ ବିଳମ୍ବ ହେବାରେ କିନ୍ତୁ ବିରୋଧୀ ବାରୁଛନ୍ତି  ରାଜନୈତିକ ଷଡ଼ଯନ୍ତ୍ରର ଗନ୍ଧ ।

Advertisment

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅତିକମରେ ୪ ମାସ ସମୟ ଲାଗିବ । ଯଦି ଆଗାମୀ  ବିଧାନସଭା ଅଧିବେଶନ ବେଳେ ପ୍ରଚଳିତ ଆଇନରେ ଆବଶ୍ୟକ ସଂଶୋଧନ କରି ସରକାର ନିର୍ବାଚନ କମିଶନଙ୍କୁ ଜୁନ୍ ଶେଷ ସପ୍ତାହରେ  ତଥ୍ୟ ଦିଅନ୍ତି, ତେବେ ଜୁଲାଇରେ ପୌର ନିର୍ବାଚନ ପାଇଁ ଘଣ୍ଟି ବଜାଇ ପାରନ୍ତି କମିଶନ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ