Advertisment

୧୦ ପ୍ରତିଶତ ବଢ଼ିପାରେ ପୂର୍ଣ୍ଣାଙ୍ଗ ବଜେଟ୍, ତାଳ ଦେଇ ଋଣଭାର ବି ବଢ଼ିବା

ଭୁବନେଶ୍ୱର: ବଢିବ ବଜେଟର ଆକାର। ଆଉ ତାକୁ ତାଳ ଦେଇ ବଢିବ ଘରୋଇ କ୍ଷେତ୍ରରୁ ଅଧିକ ଋଣ ଆଣିବାର ପ୍ରକ୍ରିୟା। ୨୮ରେ ନୂଆ ଅର୍ଥମନ୍ତ୍ରୀ ଆଗତ କରିବାକୁ ଥିବା ପୂର୍ଣାଙ୍ଗ ବଜେଟର ରୂପରେଖ ନେଇ ଆଜି ଆଲୋଚନା ବେଳେ ସାମ୍ନାକୁ ଆସିଛ ଏଭଳି ଆଶଙ୍କା । ତେଣୁ ଗୁଣାତ୍ମକ ଉପାୟରେ ଖର୍ଚ୍ଚ କରିବା ପାଇଁ ମତ ଦେଇଛନ୍ତି ଆର୍ଥିକ ବିଷାରଦ। ତେବେ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ବଢିଥିବାରୁ ମୋଟାମୋଟି ଗତ ବଜେଟଠାରୁ ଏଥର ପୂର୍ଣାଙ୍ଗ ବଜେଟର […]

୧୦ ପ୍ରତିଶତ ବଢ଼ିପାରେ ପୂର୍ଣ୍ଣାଙ୍ଗ ବଜେଟ୍, ତାଳ ଦେଇ ଋଣଭାର ବି ବଢ଼ିବା

badhibabojet

Advertisment

ଭୁବନେଶ୍ୱର: ବଢିବ ବଜେଟର ଆକାର। ଆଉ ତାକୁ ତାଳ ଦେଇ ବଢିବ ଘରୋଇ କ୍ଷେତ୍ରରୁ ଅଧିକ ଋଣ ଆଣିବାର ପ୍ରକ୍ରିୟା। ୨୮ରେ ନୂଆ ଅର୍ଥମନ୍ତ୍ରୀ ଆଗତ କରିବାକୁ ଥିବା ପୂର୍ଣାଙ୍ଗ ବଜେଟର ରୂପରେଖ ନେଇ ଆଜି ଆଲୋଚନା ବେଳେ ସାମ୍ନାକୁ ଆସିଛ ଏଭଳି ଆଶଙ୍କା । ତେଣୁ ଗୁଣାତ୍ମକ ଉପାୟରେ ଖର୍ଚ୍ଚ କରିବା ପାଇଁ ମତ ଦେଇଛନ୍ତି ଆର୍ଥିକ ବିଷାରଦ। ତେବେ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ବଢିଥିବାରୁ ମୋଟାମୋଟି ଗତ ବଜେଟଠାରୁ ଏଥର ପୂର୍ଣାଙ୍ଗ ବଜେଟର ଆକାର ୧୦ ପ୍ରତିଶତ ବଢିବ ବୋଲି ଅନୁମାନ କରାଯାଉଛି।

Advertisment

ଆର୍ଥିକ ବିଷାରଦ, ସରକାରଙ୍କ ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖି ଗୁଣାତ୍ମକ ଖର୍ଚ୍ଚ ପାଇଁ ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ। ପ୍ରମୁଖ ପ୍ରସ୍ତାବ ଭିତରେ ଅଛି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସମୁଦ୍ର କୂଳରେ ୧୦ କିଲୋମିଟର ଚଉଡାରେ ଗଛ ଲଗାଇବାକୁ କେନ୍ଦ୍ର ପାଖରେ ସ୍ୱତନ୍ତ୍ର ଦାବି,  ଭିତ୍ତିଭୂମି ଓ କୃଷିର ବିକାଶ ପାଇଁ ଅଧିକ ଅର୍ଥ ବରାଦ, ଘର ନିର୍ମାଣ ପାଇଁ ବ୍ୟୟବରାଦକୁ ୧ ଲକ୍ଷ ୩୦ ହଜାରରୁ ୩ ଲକ୍ଷକୁ ବୃଦ୍ଧି କରିବା । ଏହାବାଦ୍ ଆଲୋଚନା ବେଳେ ବେଆଇନ ଖଣି ଖୋଳିଥିବା ମାଲିକଙ୍କଠାରୁ ତୁରନ୍ତ ଜୋରିମାନା ଆଦାୟ, ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ ଓ ଫୋନି ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଭିତ୍ତିଭୂମିର ଉନ୍ନତି ପାଇଁ ଅଧିକ ଅର୍ଥ ବରାଦ କରିବାକୁ ପ୍ରସ୍ତାବ ଦେଇଥିଲେ ଏକ୍ସପର୍ଟ ।

ଫେବ୍ରୁଆରୀରେ ସରକାର ଆଣିଥିବା କାମଚଳା ବଜେଟରେ ବ୍ୟୟ ବରାଦ ଥିଲା ୧ ଲକ୍ଷ ୩୨ ହଜାର କୋଟି।  ତେବେ ଏହା ଭିତରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷରୁ ୭୫ ଲକ୍ଷକୁ ବଢିଥିବାରୁ ଏଥିପାଇଁ ଅଧିକ ଅର୍ଥ ବରାଦ କରାଯାଇପାରେ । ପୂର୍ବ ବଜେଟରେ କାଳିଆ ପାଇଁ ୪ ହଜାର ୪୬୧ କୋଟିର  ଅର୍ଥ ବରାଦ ହୋଇଥିଲା। ସେହିପରି ମିଶନ ଶକ୍ତିରେ ମହିଳା ସଶକ୍ତୀକରଣ ପାଇଁ ବଜେଟରେ ବ୍ୟୟ ବରାଦ ବଢିପାରେ। ଏହି ଦୁଇ ଯୋଜନା ବାଦ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ପିଠା, କୃଷି ଋଣରେ ସୁଧଛାଡ଼, ଟଙ୍କିକିଆ ଚାଉଳ, ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା, ପିଇବା ପାଣି ଯୋଗାଣ ପାଇଁ ବସୁଧା, ମିଶନ ଶକ୍ତି ଓ ମଧୁବାବୁ ପେନସନ୍ ଯୋଜନା ପରି ଅନେକ ଯୋଜନା ପାଇଁ ଅର୍ଥ ଯୋଗାଡ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ । ସରକାରଙ୍କ ହିସାବ କହୁଛି ଗତବର୍ଷ ତୁଳନାରେ ଖଣି, ଅବକାରୀ ଓ ଜିଏସ୍ଟିରୁ ଏଥର ରାଜସ୍ୱ ବଢିଛି। ତେଣୁ ଘୋଷଣା ହୋଇଥିବା ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଆଶା ରଖିଛନ୍ତି ନୂଆ ଅର୍ଥମନ୍ତ୍ରୀ।

Advertisment

ଗତବର୍ଷ ତୁଳନାରେ ଏଥର ରାଜସ୍ୱ ଆଦାୟ ୧୯ ପ୍ରତିଶତ ବଢିଥଲେ ବି ସରକାର ଋଣ କରିବାର ଦ୍ୱାର ଖୋଲା ରଖିଛନ୍ତି। ରାଜ୍ୟର  ମୋଟ ଋଣ ଭାର ଏବେ ୮୭ ହଜାର କୋଟିକୁ  ଟିପଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ୧ ଲକ୍ଷ ୩ ହଜାର କୋଟି ଡେଇଁବ ବୋଲି ଆକଳନ କରାଯାଉଛି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ