assembly
ଭୁବନେଶ୍ୱର: ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୨୨ଟି ବିଧାନସଭାର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହେଉଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ। ସେହିପରି ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ପ୍ରାର୍ଥୀ ହେବେ।
ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମ୍ସିଂ ମାଝି, ଝରିଗାଁରୁ ପର୍ଶୁରାମ ମାଝି ଓ ଡାବୁଗାଁରୁ ପଦ୍ମନ ନାୟକ ନିର୍ବାଚନ ଲଢ଼ିବେ। ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ ଓ ଛତ୍ରପୁରରୁ ପ୍ରଶାନ୍ତ କରଙ୍କୁ ଟିକେଟ୍ ମିଳିଛି।
ସେହିପରି ଆସ୍କାରୁ ବିଧାୟକ ଦେବରାଜ ମହାନ୍ତି, ସୋରଡ଼ାରୁ ନୀଳମଣି ବିଷୋଇ, ବ୍ରହ୍ମପୁରରୁ କାହ୍ନୁ ପତି ଓ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ଫାଇଟ୍ କରିବେ। ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣପୁରରୁ ଶିଶିର ଗମାଙ୍ଗ, ରାୟଗଡ଼ାରୁ ବସନ୍ତ ଉଲାକା ଓ ଜୟପୁରରୁ ଗୌତମ ସାମନ୍ତରାୟଙ୍କୁ ଟିକେଟ୍ ମିଳିଛି।
କୋରାପୁଟରୁ ତ୍ରିପୁରାରୀ ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଦୁ ମାଝୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି।
ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏହି ସଂଖ୍ୟା ଏବେ ୧୨୧ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/assembly-12_1626758626.jpg)