Advertisment

ଭବାନୀପାଟଣାରେ ମୋଦି ଓ ଭୁବନେଶ୍ୱରରେ ମାୟାବତୀ କରିବେ ପ୍ରଚାର

ଭୁବନେଶ୍ୱର: ଆଜି ରାଜ୍ୟରେ ଷ୍ଟାର ପ୍ରଚାରକଙ୍କ ଭିଡ଼ ଜମିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ମୋଦିଙ୍କ ଛଡ଼ା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ପାରାଦୀପ ଓ ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ରାଜକୁମାର […]

ଭବାନୀପାଟଣାରେ ମୋଦି ଓ ଭୁବନେଶ୍ୱରରେ ମାୟାବତୀ କରିବେ ପ୍ରଚାର

bjp

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ ଷ୍ଟାର ପ୍ରଚାରକଙ୍କ ଭିଡ଼ ଜମିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ମୋଦିଙ୍କ ଛଡ଼ା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ପାରାଦୀପ ଓ ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ବିଷମକଟକ, ଗୁଣପୁର ଓ କବିସୂର୍ଯ୍ୟନଗରରେ ପ୍ରଚାର କରିବେ।

Advertisment

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଙ୍ଗିରିପୋଷି ଓ ଉଦଳା ବାରିପଦାରେ ପ୍ରଚାର କରିବେ।

ସେହିପରି ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ସମାବେଶରେ ଯୋଗଦେବେ। ଏହି ଅବସରରେ ସେ ଓଡ଼ିଶା ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ