Advertisment

Stale Food Seized: ଲୋକଙ୍କୁ ପରଷା ଯାଉଛି ବାସି ଖାଦ୍ୟ, ରୋଜିସ୍‌ କିଚେନରେ ରେଡ୍

କଟକ ବାଲିଯାତ୍ରାରେ ପଡିଥିବା ରୋଜିସ୍ କିଚେନ୍ ଷ୍ଟଲ୍‌ରେ ରେଡ୍ ବେଳେ ବାସି ଖାଦ୍ୟ ଜବତ କରି ନଷ୍ଟ କରାଯାଇଛି। CMC ପକ୍ଷରୁ ଧରପଗଡ ହେବା ପରେ ସବୁ ଡଷ୍ଟବିନରେ ଢଳାଯାଉଛି।

Bali-Yatra-Rosy-Kitchen

Bali-Yatra-Rosy-Kitchen Photograph: (OTV)

Advertisment

ଖାଦ୍ୟ ନୁହେଁ ତ ଜହର। ବାସି ଓ ଗନ୍ଧିଆ ଖାଦ୍ୟକୁ ଡେଟ୍ ପଳାଇଥିବା ଟମାଟୋ ସସ୍‌କୁ ବ୍ରେଡ୍। ବାଲିଯାତ୍ରାରେ ଲୋକଙ୍କୁ ପରଶା ଯାଉଛି ଏମିତି ଖାଦ୍ୟ। ଖାଇଲେ ରୋଗ ହେବା ଥୟ।
କଟକ ବାଲିଯାତ୍ରାରେ ପଡିଥିବା ରୋଜିସ୍ କିଚେନ୍ ଷ୍ଟଲ୍‌ରେ ରେଡ୍ ବେଳର ଦୃଶ୍ୟ ଦେଖିଲେ କେହି ବି ସେହି ସ୍ଥାନରେ ଖାଇବାକୁ ଇଚ୍ଛା କରିବେନି। ଲୋକଙ୍କୁ ଦେଉଥିଲେ ବାସି ଖାଦ୍ୟ ଆଉ ଡେଟ୍ ପଳାଇଥିବା ସସ୍। ଏ ସବୁକୁ ବି ଲୋକେ ଖୁବ ଆନନ୍ଦରେ ଖାଇ ଯାଉଥିଲେ। CMC ପକ୍ଷରୁ ଧରପଗଡ ହେବା ପରେ ସବୁ ଧରା ପଡିଛି ଆଉ ଡଷ୍ଟବିନରେ ଢଳାଯାଉଛି। 
ଢଳା ହୋଇଛି ବାଲ୍ଟି ବାଲ୍ଟି ରାବିଡି, ହଣ୍ଡା ହଣ୍ଡା ବିରିୟାନୀ ଆଉ ଡେଟ୍ ପଳାଇଥିବା ସସ୍। ଏ ସବୁକୁ ଖାଇବା ତ ଦୂରର କଥା, ଦେଖିଲେ ବାନ୍ତି ଲାଗୁଛି।

Advertisment


ପୁଳା ପୁଳା ବାସି ଖାଦ୍ୟ। ଭଣ ଭଣ ଗନ୍ଧଉଛି। ବାସୀ ବ୍ରେଡ, ବାସିରୁଟି ସବୁ ଫୋପଡା ହେଉଛି। ଆଉ ଆଖିକୁ ଭଲ ଦେଖାଯିବା ସହ ପାଟିକୁ ସୁଆଦିଆ ଲାଗିବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ମିଶାଯାଉଛି ଯାହା କ୍ୟାନସର ଭଳି ମାରାତ୍ମକ ରୋଗର କାରକ। ଏସବୁ ଖାଦ୍ୟରେ ମିଶାଇ ଅସାଧୁ ବ୍ୟବସାୟୀମାନେ ବେଶ ଫାଇଦା ନେଉଛନ୍ତି। ବାଲିଯାତ୍ରାରେ ରୋଜିସ୍ କିଚେନ୍ ଷ୍ଟଲ୍‌ରେ ଚଢାଉ କରି ମାଡିବସିଛି CMC।
ବାଲିଯାତ୍ରାରେ ଏ ଗୋଟିଏ ଷ୍ଟଲ୍ ନୁହେଁ ଫୁଡ୍ ସେଫ୍ଟି ବିଭାଗ ୫୦ରୁ ଅଧିକ ଷ୍ଟଲ୍‌ ଯାଞ୍ଚ କରିଛି ଆଉ କେତେକେ ଫୁଡ୍‌ ଷ୍ଟଲ୍‌କୁ ସିଲ୍‌ କରିଛି। ତେବେ ପ୍ରତିବର୍ଷ ବାଲିଯାତ୍ରାରେ ଏଭଳି ଚଢାଉ ହେଉଥିବାବେଳେ ଅସାଧୁ ବ୍ୟବସାୟୀମାନେ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। ତେବେ ପ୍ରଶାସନ ଆଗାମୀ ଦିନରେ କଣ ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା।

Cuttack Baliyatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ