puri
ପୁରୀ : ଶ୍ରୀମନ୍ଦିର ୱାଚ୍ ଟାୱାର୍ ଉପରେ ଚଢ଼ି ଭିତର ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡ କଲେ ବିଦେଶୀ ପର୍ଯ୍ୟଟକ। ବିନା କୌଣସି ବାଧାବିଘ୍ନରେ ଖୋଲାଖୋଲି ଭାବେ ଏଭଳି ଘଟଣା ଘଟିଛି। ଶ୍ରୀମନ୍ଦିର ପଶ୍ଚିମ କୋଣରେ ଥିବା ପୁଲିସ୍ ୱାଚ୍ ଟାୱାର୍ରେ ।
ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ତିନି ଜଣ ବିଦେଶୀ ଭକ୍ତ ୱାଚ୍ ଟାୱାର୍ ଉପରେ ଚଢ଼ିଥିଲେ । କିଛି ସମୟ ପାଇଁ ସେଠି ରହି ଭିଡିଓ ବାହାର କରିବା ସହ ବେଶ ବେଫିକର୍ ଭାବେ ସେଠାରୁ ଓହ୍ଲାଇ ଆସିଥିଲେ ।
ଉଲ୍ଲେଖନୀୟ ଯେ, ଶ୍ରୀମନ୍ଦିର ଭିତର ଦୃଶ୍ୟ କଏଦ କରିବା ଉପରେ କଟକଣା ରହିଛି । ସେଭଳି କ୍ଷେତ୍ରରେ ୱାଚ୍ ଟାୱାର୍ ଉପରକୁ ଏମାନେ ଚଢ଼ିଲେ କିପରି ? ସେହିଭଳି ଦିନ ଦ୍ୱିପ୍ରହରରେ ସୁରକ୍ଷାକର୍ମୀ କାହିଁକି ଓ କେଉଁ ପରିସ୍ଥିତିରେ ସେହି ୱାଚ୍ ଟାୱାର ଛାଡ଼ି କେଉଁ ଆଡ଼େ ଯାଇଥିଲେ ତାକୁ ନେଇ ବି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri-4_1626688397.jpg)