Advertisment

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ସମ୍ପନ୍ନ ହେବ ଚକ, ଅଖ ଡ଼େରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡ଼େରା ନୀତି ସମ୍ପନ୍ନ ହେବ। ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି…

ଅଦ୍ୟତନ ହୋଇଛି
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ସମ୍ପନ୍ନ ହେବ ଚକ, ଅଖ ଡ଼େରା ନୀତି

rathakhala

Advertisment

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡ଼େରା ନୀତି ସମ୍ପନ୍ନ ହେବ। ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି । ବାକି ଚକ ଗୁଡିକର ନିର୍ମାଣ କାର୍ଯ୍ୟ ଜାରି ରହିଛି।

Advertisment

ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିବେ। ସେଠାରେ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳକୁ ପ୍ରଦାନ କରିଥାନ୍ତି ମହାରଣା ସେବକମାନେ । ଏହା ପାଇବା ପରେ ନିର୍ମାଣାଧିନ ତିନି ରଥର ତିନିଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।

ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ସମେତ ଅନ୍ୟ ଦେବାଦେବୀଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥାନ୍ତି ଠାକୁରମାନେ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡିଥାନ୍ତି।

Advertisment

ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଭଉଁରୀଯାତ୍ରା ଅନୁଷ୍ଠିତ ହେଉଛି । ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସମୁଦାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ରହିବେ।

Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ