Advertisment

ଝଲସିବ ଶ୍ରୀମନ୍ଦିର ; ନୂଆବର୍ଷ ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ : ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ସେଥିପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବଡଦାଣ୍ଡର ରୂପ ଆଉ ରଙ୍ଗରେ ଆସିବ ନୂଆ ପରିବର୍ତ୍ତନ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହିତ ମିଳିବ ଏକ ନୂତନ ଅନୁଭୂତି। ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ […]

ଝଲସିବ ଶ୍ରୀମନ୍ଦିର ; ନୂଆବର୍ଷ ପାଇଁ ଚାଲିଛି ପ୍ରସ୍ତୁତି

puri

Advertisment

ପୁରୀ : ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ସେଥିପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବଡଦାଣ୍ଡର ରୂପ ଆଉ ରଙ୍ଗରେ ଆସିବ ନୂଆ ପରିବର୍ତ୍ତନ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହିତ ମିଳିବ ଏକ ନୂତନ ଅନୁଭୂତି। ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ ବ୍ୟାରିକେଡ ନିର୍ମାଣ କରାଯାଉଛି। ଏଥିରେ ୧୪ଟି ଧାଡି ରହିବା ସହ ଉପରେ ସେଡ୍‌ ବ୍ୟବସ୍ଥା କରାଯିବ।

Advertisment

ଫଳରେ ଏକକାଳୀନ ବ୍ୟାରିକେଡ୍‌ ମଧ୍ୟରେ ଦୁଇରୁ ଚାରି ହଜାର ଭକ୍ତ ରହିବା ସହ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇପାରିବେ। ଏହାସହ ମନ୍ଦିରକୁ ପ୍ରବେଶ ପୂର୍ବରୁ ପାଦ ଧୁଆ ପାଇଁ ସ୍ୱୟଂଚାଳିତ ପାଣିର ବନ୍ଦୋବସ୍ତ କରାଯିବ।

ଜୋତା, ଲଗେଜ ଓ ମୋବାଇଲ ରଖିବା ପାଇଁ ମାଗଣା କାଉଣ୍ଟର ଖୋଲିବ। ସ୍ଥାୟୀ ଟଏଲେଟ୍, ପାନୀୟଜଳର ବ୍ୟବସ୍ଥା ସହ ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ଆଗରୁ ମଙ୍ଗୁମଠ, ଏମାରମଠ, ବଡଆଖଡା ମଠ, ସାନଛତା ମଠ ଉଚ୍ଛେଦ ହୋଇଥିବାରୁ ପ୍ରଶସ୍ତ ଯାଗା ବାହାରିଛି। ଏହାକୁ ସୌନ୍ଦର୍ଯ୍ୟ କରଣ, ଗହଳି ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ