Advertisment

ବାତ୍ୟା ପାଇଁ ସାଢେ ୭ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର: SRC

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି।

ବାତ୍ୟା ପାଇଁ ସାଢେ ୭ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର: SRC

src d

Advertisment

ଭୁବନେଶ୍ୱର: ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି। ଆଜି ସନ୍ଧ୍ୟା ପରଠାରୁ ପବନ ବଢିବାର ଆଶଙ୍କା ରହିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି। ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ଏବଂ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

Advertisment

ଏସଆରସିଙ୍କ ସୂଚନା ଅନୁସାରେ ଆଜି ଦିନ ୧୦ ସୁଦ୍ଧା ୫୦ରୁ ୬୦ ହଜାରଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ମିଳୁଥିବା ଏସଆରସି କହିଛନ୍ତି। ୪ ହଜାର ୫ ଶହ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ କହିବା ସହ ବାତ୍ୟା ସମୟରେ ବାହାରେ ବୁଲାବୁଲି ନ କରିବାକୁ ପରାମର୍ଶ ଦେଇଛନ୍ତି SRC। ସେପଟେ ବାତ୍ୟା ବେଳେ ଅନ୍ତତଃ ୪ରୁ ୬ ଘଣ୍ଟା ଛାତ ଘର ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କଟକ, ଭୁବନେଶ୍ୱରରେ ପବନର ବେଗ ୬୦ରୁ ୯୦ କିମି ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି।

ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ୟାସ୍। ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଓ ଦ୍ୱିପ୍ରହରରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଅତିକ୍ରମ କରିପାରେ। ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ଯୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇପାରେ ବୋଲି ସେ କହିଛନ୍ତି।

Advertisment

ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଖୁସୀ ଖବର। ୟାସ୍ ବାତ୍ୟା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଉଥିବା ଦୁର୍ଘଟଣାଜନିତ ସହାୟତା ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ ଓ ଏଜେନ୍ସି ଅଧିନରେ ଠିକାରେ କାର୍ଯ୍ୟରତ କର୍ମଚାରୀ ଏହି ସୁବିଧା ପାଇବେ। ଟାଟା ପାଓ୍ୱାର ଓ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିବା ପାଇଁ ବିଭାଗୀୟ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି।

ବିଗତ ୪ଟି ବଡ ବାତ୍ୟାରେ ବିଦ୍ୟୁତ୍ କର୍ମଚାରୀ ବିଶେଷ କରି ଏଜେନ୍ସି ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ କୌଣସି ଦୁର୍ଘଟଣଜନିତ ସହାୟତା ପାଇ ପାରି ନ ଥିଲେ । ଫନି, ହୁଡ଼ହୁଡ଼, ତିତଲି, ଫାଇଲିନ୍ ଭଳି ବାତ୍ୟାରେ ଶତାଧିକ କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପାଇ ପାରି ନଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ବିଭାଗର ଏହି ପ୍ୟାକେଜ୍ ଘୋଷଣା ପରେ ଜଣେ ସ୍ଥାୟୀ କର୍ମଚାରୀ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ।  ଅପରପକ୍ଷରେ ବିଭିନ୍ନ ଏଜେନ୍ସି ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକ ୧୦ଲକ୍ଷ ଟଙ୍କା ଓ କର୍ମଚାରୀ କ୍ଷତିପୂରଣ ଆଇନ୍ ୧୯୨୩ ଅନୁଯାୟୀ ସର୍ବନିମ୍ନ ୧୦ ରୁ ୧୫ଲକ୍ଷ ପାଇ ପାରିବାର ସୁଯୋଗ ସୃଷ୍ଟି ହୋଇପାରିଲା । ଏହି ଘୋଷଣା ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ଦୀର୍ଘ ଦିନର ସଂଗ୍ରାମର ଏକ ବଡ ସଫଳତା ବୋଲି ମହାସଂଘ ସଭାପତି ତଥା ସାଂସଦ ଶ୍ରୀ ସୁବାସ ସିଂହ, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ଅମର କୁମାର ପ୍ରତାପ ସିଂ ସ୍ୱାଗତ କରିବା ସଂଗେସଂଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Advertisment
Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ