Advertisment

କରୋନାରେ ମୃତ୍ୟୁ ପରେ ଶବକୁ ମିଳିବ ସମ୍ମାନ

ଭୁବନେଶ୍ୱର: କରୋନା ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ। ଧର୍ମୀୟ ବ୍ୟବସ୍ଥାରେ ହେବ ଶବ ସତ୍କାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ  ଚିଠି ଲେଖିଲେ SRC। ସମ୍ମାନର ସହ ମୃତଦେହ ନେବା ପାଇଁ ଅନୁମତି ସକାଶେ କହିଛନ୍ତି। ମୃତଦେହ ନ ଛୁଇଁ ନିଜ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି।  ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଗାଇଡାଲାଇନ୍ ଅନୁସାରେ […]

ଅଦ୍ୟତନ ହୋଇଛି
କରୋନାରେ ମୃତ୍ୟୁ ପରେ ଶବକୁ ମିଳିବ ସମ୍ମାନ

ambulance

Advertisment

ଭୁବନେଶ୍ୱର: କରୋନା ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ। ଧର୍ମୀୟ ବ୍ୟବସ୍ଥାରେ ହେବ ଶବ ସତ୍କାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ  ଚିଠି ଲେଖିଲେ SRC। ସମ୍ମାନର ସହ ମୃତଦେହ ନେବା ପାଇଁ ଅନୁମତି ସକାଶେ କହିଛନ୍ତି। ମୃତଦେହ ନ ଛୁଇଁ ନିଜ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି।  ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଏହି ଗାଇଡାଲାଇନ୍ ଅନୁସାରେ ମୃତଦେହକୁ ଲିକ୍ ପ୍ରୁଫ୍ ପ୍ଲାଷ୍ଟିକ୍ ବ୍ୟାଗରେ ରଖାଯିବ ବ୍ୟାଗର ବାହାର ଅଂଶକୁ ୧ ପ୍ରତିଶତ ହାଇପୋକ୍ଲୋରାଇଟରେ ଡି କଣ୍ଟାମିନେଟ୍ କରାଯିବ।

ମୃତଦେହକୁ ସମ୍ମାନର ସହ ପରିବହନ କରାଯିବ ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାର ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ ପରେ ସେମାନଙ୍କୁ କେବଳ ମୃତଦେହ ଦେଖିବା ପାଇଁ ସୁଯୋଗ ମିଳିବ।

Advertisment

ମୃତଦେହ ନଛୁଇଁ ନିଜ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର କରିପାରିବେ। ସେତେବଳେ ପରିବାର ଲୋକଙ୍କୁ ହ୍ୟାଣ୍ଡ ସାନିଟାଇଜର, ମାସ୍କ, ଗ୍ଲୋବ୍ସ ଆଦି ବ୍ୟବହାର ସହ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ମୃତଦେହକୁ ଗାଧୋଇ ଦେବା, ଚୁମ୍ବନ, ଆଲିଙ୍ଗନ ଇତ୍ୟାଦି ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଶେଷକୃତ୍ୟ ପରେ ପରିବାର ସଦସ୍ୟଙ୍କୁ ଚିତାଭସ୍ମ ନେବାକୁ ଅନୁମତି ମିଳିବ।

Advertisment

କରୋନା ସଂକ୍ରମିତଙ୍କ ମୃତଦେହ ସତ୍କାର ନେଇ SRCଙ୍କ ଚିଠି ଲେଖିଛନ୍ତି। ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି। ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସତର୍କତା ପରାମର୍ଶ ଦିଆଯାଇଛି।

ପ୍ରକାଶଥାଉକି, କରୋନାରେ ମୃତ୍ୟୁ ପରେ ଶବକୁ ସମ୍ମାନର ସହିତ ସତ୍କାର କରାଯାଉଥିବା ନେଇ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏପରିକି ଯେଉଁ ବ୍ୟକ୍ତି ଦିନେ ସାଧାରଣ ଲୋକଙ୍କ ପାଇଁ କରୋନା ଯୋଦ୍ଧା ସାଜି କରୋନା ମହାମାରୀ ସମୟରେ କାମ କରୁଥିଲେ, ଶେଷରେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିନାହିଁ।

କୋଦଳା ମେଡିକାଲ୍ ବାହାରେ କରୋନା ଯୋଦ୍ଧା ପୋଲିସ୍ ଏଏସ୍‌ଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହିପରି କରୋନାରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ମୃତଦେହ ମଧ୍ୟ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ