Advertisment

ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପଛର ରହସ୍ୟକୁ ନେଇ ଥମୁନି ଚର୍ଚ୍ଚା

ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପଛର ରହସ୍ୟକୁ ନେଇ ଚାଲିଛି ଘଣ୍ଟାଚକଟା । ଏନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ରାଜ୍ୟର ବିକାଶ ନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ଗୁପ୍ତ ନୁହେଁ ଖୋଲା ବୁଝାମଣା ହୋଇଛି। ତେଣେ ଏ ପ୍ରସଙ୍ଗରେ କିନ୍ତୁ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଜଣେ ଅଣଓଡ଼ଆଙ୍କୁ ରାଜ୍ୟସଭା ପଠାଯିବା ଦୁର୍ଭାଗ୍ୟଜନକ ବୋଲି ଦଳ କହିଥିବାବେଳେ ଜବାବ ରଖିଛି ବିଜେଡି। […]

ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପଛର ରହସ୍ୟକୁ ନେଇ ଥମୁନି ଚର୍ଚ୍ଚା

Aswani

Advertisment

ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପଛର ରହସ୍ୟକୁ ନେଇ ଚାଲିଛି ଘଣ୍ଟାଚକଟା । ଏନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ରାଜ୍ୟର ବିକାଶ ନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ଗୁପ୍ତ ନୁହେଁ ଖୋଲା ବୁଝାମଣା ହୋଇଛି। ତେଣେ ଏ ପ୍ରସଙ୍ଗରେ କିନ୍ତୁ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଜଣେ ଅଣଓଡ଼ଆଙ୍କୁ ରାଜ୍ୟସଭା ପଠାଯିବା ଦୁର୍ଭାଗ୍ୟଜନକ ବୋଲି ଦଳ କହିଥିବାବେଳେ ଜବାବ ରଖିଛି ବିଜେଡି।

Advertisment

ଓଡ଼ିଶାରୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଆସନ୍ତାକାଲି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ପୂର୍ବତନ ପ୍ରଶାସକ ଅଶ୍ୱିନ ବୈଷ୍ଣବ । ହେଲେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ କିନ୍ତୁ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ନେଉନି ।

ସଂଖ୍ୟା ଥାଇ ବି ବିଜେଡି, ଅଶ୍ୱିନଙ୍କ ପ୍ରାର୍ଥିତ୍ୱକୁ କାହିଁକି ସମର୍ଥନ କଲା? ନିର୍ବାଚନ ପରେ ବିଜେପି-ବିଜେଡି ଡିଲ୍ ହୋଇଗଲା କି? ଏଭଳି ଏକାଧିକ ସରଗରମ ଚର୍ଚ୍ଚା ଚାଲିଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅଶ୍ୱିନଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତେଣୁ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହା ଗୁପ୍ତ ନୁହେଁ ଖୋଲା ବୁଝାମଣା। ଏହା ପଛରେ ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଯାହା ଓଡ଼ିଶା ପାଇଁ ଲାଭଦାୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର।

Advertisment

ସେପଟେ ଅଶ୍ୱିନ୍ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭା ପଠାଯିବା ଦୁର୍ଭାଗ୍ୟଜନକ ଓ ଏଥିଯୋଗୁଁ ଓଡ଼ିଶାବାସୀ ଲଜ୍ଜିତ ବୋଲି କହିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର । ତା’ସହ ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ଖଣି ମାଲିକ କି ନୁହେଁ ଓ ଯଦି ହୋଇଥାନ୍ତି ତାଙ୍କ ବିରୋଧରେ ଅଭିଯୋଗ ଅଛି କି ନାହିଁ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ତା’ସହ ବିଜେପିର ଯେଉଁ ରାଜ୍ୟରେ ସଂଖ୍ୟା ରହିଛି, ସେଠୁ କାହିଁକି ତାଙ୍କୁ ପ୍ରାର୍ଥୀ କରାଗଲାନି ବୋଲି ପଚାରିଛନ୍ତି। ତେଣେ ବିଜେପି ନେତା ଦାମୋଦର ରାଉତ କହିଛନ୍ତି, ଅଶ୍ୱିନ ଗଲା ୫-୭ବର୍ଷ ହେଲା ନବୀନଙ୍କୁ ପରାମର୍ଶ ଦେଉଛନ୍ତି।  ଏମିତିକି ଦିଲ୍ଲୀରେ ମୋଦି ଓ ଶାହାଙ୍କ ସହ ନବୀନଙ୍କୁ ସାକ୍ଷାତ ମଧ୍ୟ କରାଉଥିଲେ। ତେବେ ଅଶ୍ୱିନ୍ ଜଣେ ଖଣି କଂପାନୀ ନିର୍ଦ୍ଦେଶକ ବୋଲି ନରସିଂହ କଣ ଜାଣିନାହାନ୍ତି କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି? ସେପଟେ ନରସିଂହଙ୍କ ପ୍ରଶ୍ନ ଓ ଆରୋପ ଉପରେ ଜବାବ ରଖି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ସାମ୍ବିଧାନିକ ପଦପଦବୀକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ।

ମିଳିଥିବା ତଥ୍ୟ ଅନୁସାରେ ଅଶ୍ୱିନ କୁମାର ବୈଷ୍ଣବ ପ୍ରଶାସକ ପଦରୁ ଅବସର ନେବା ପରେ ଅନେକ ବଡ଼ ବଡ଼ ଖଣି ଭିତ୍ତିକ ଶିଳ୍ପ ସଂସ୍ଥାର ନିର୍ଦ୍ଦେଶକ ରହିଥିଲେ। ସେଗୁଡ଼ିକ ମଧ୍ୟରେ ଅଛି ଆଡଲେର ଇଣ୍ଡଷ୍ଟ୍ରିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ୍, କନଡ୍ ନେଟଓ୍ୱର୍କ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ୍ ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ