Advertisment

ଶ୍ରମିକଙ୍କ ପାଇଁ ଗଡ଼ିଲା ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ପେଶାଲ୍ ଟ୍ରେନ୍ ସେବା। ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ରୋଡରୁ ଗୋଟିଏ ଟ୍ରେନ୍ ଗୁଜରାଟ ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ରାତି ୮ଟା ୫୦ରେ ବ୍ରହ୍ମପୁରରେ ପହଞ୍ଚିଛି। ସେଠାରୁ ସେହି ଟ୍ରେନ୍ ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼, ରାୟପୁର ଦେଇ ସୁରଟ୍ ଯିବ। ସେହିପରି ଆସନ୍ତାକାଲି ଖୋର୍ଦ୍ଧା ରୋଡରୁ ପୂର୍ବାହ୍ନ ୧୦ଟା ୪୦ରେ ଗୁଜରାଟର ଓଖା ଅଭିମୁଖେ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ୍ ବାହାରିବ। ଏହି ଟ୍ରେନ୍ ବି ସମାନ […]

ଶ୍ରମିକଙ୍କ ପାଇଁ ଗଡ଼ିଲା ସ୍ପେଶାଲ୍ ଟ୍ରେନ୍

train

Advertisment

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ପେଶାଲ୍ ଟ୍ରେନ୍ ସେବା। ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ରୋଡରୁ ଗୋଟିଏ ଟ୍ରେନ୍ ଗୁଜରାଟ ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ରାତି ୮ଟା ୫୦ରେ ବ୍ରହ୍ମପୁରରେ ପହଞ୍ଚିଛି। ସେଠାରୁ ସେହି ଟ୍ରେନ୍ ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼, ରାୟପୁର ଦେଇ ସୁରଟ୍ ଯିବ।

Advertisment

ସେହିପରି ଆସନ୍ତାକାଲି ଖୋର୍ଦ୍ଧା ରୋଡରୁ ପୂର୍ବାହ୍ନ ୧୦ଟା ୪୦ରେ ଗୁଜରାଟର ଓଖା ଅଭିମୁଖେ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ୍ ବାହାରିବ। ଏହି ଟ୍ରେନ୍ ବି ସମାନ ରୁଟ୍ ଦେଇ ଯିବ। ଖୋର୍ଦ୍ଧା ରୋଡ୍-ଗାନ୍ଧି ଧାମ୍ ଟ୍ରେନ୍ ଖୋର୍ଦ୍ଧା ରୋଡ୍ରୁ ଆସନ୍ତା ୧୬ ତାରିଖରେ ପୂର୍ବାହ୍ନ ୧୧ଟା ୪୦ରେ ଛାଡ଼ିବ। ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ ଗୁଜରାଟ୍ ଅଭିମୁଖେ ଯିବ। ତେବେ ଖୋର୍ଦ୍ଧା ରୋଡ୍-ଅହମ୍ମଦାବାଦ ଟ୍ରେନ ସପ୍ତାହକୁ ୪ ଦିନ ଚାଲିବାକୁ ଥିବାବେଳେ ଖୋର୍ଦ୍ଧା ରୋଡ୍-ଓଖା ସପ୍ତାହକୁ ଥରେ ଅର୍ଥାତ ରବିବାର ଚାଲିବ।

ସେହିପରି ଖୋର୍ଦ୍ଧା ରୋଡ୍-ଗାନ୍ଧିଧାମ ଟ୍ରେନ୍ କେବଳ ଶନିବାର ଚାଲିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ କଟକଣା ଭିତରେ ଗତ ୬ ମାସ ପରେ ଟ୍ରେନ୍ ଗଡୁଥିବାରୁ ପ୍ରବାସୀ ଓଡ଼ଇାମାନେ ଟିକେଟ୍ ବୁକିଂ ବି କରିସାରିଛନ୍ତି। ଲକଡାଉନ ପାଇଁ କାମଧନ୍ଦା ହରାଇବା ପରେ ଏବେ ଶ୍ରମିକମାନେ ପୁଣି ରାଜ୍ୟ ବାହାରକୁ ଯାଇ ଦିପଇସା ରୋଜଗାର ପାଇଁ ଆଶା ବାନ୍ଧିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ