Advertisment

କରୋନା ଉଜାଡି ଦେଲା ସଂସାର, ୩ ନୀରିହ ଶିଶୁଙ୍କୁ କରିଦେଲା ଅନାଥ

ଭଦ୍ରକ(ପାର୍ଥ ସାରଥୀ ନାୟକ): ମହାମାରୀ ଉଜାଡି ଦେଇଛି ସୁଖର ସଂସାର । କୁନି ମୁଣ୍ଡରେ ଲଦି ଦେଇ ଯାଇଛି ସଂସାରର ବୋଝ । ଅନାଥ କରିଦେଇଛି  ଏଇ ୩ ନୀରିହ ଶିଶୁଙ୍କୁ।  ଠିକ ଗୋଟିଏ ବର୍ଷ ପୂର୍ବେ  କେଉଁ ଅଜଣା ରୋଗରେ…

ଅଦ୍ୟତନ ହୋଇଛି
କରୋନା ଉଜାଡି ଦେଲା ସଂସାର, ୩ ନୀରିହ ଶିଶୁଙ୍କୁ କରିଦେଲା ଅନାଥ

Child

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ମହାମାରୀ ଉଜାଡି ଦେଇଛି ସୁଖର ସଂସାର । କୁନି ମୁଣ୍ଡରେ ଲଦି ଦେଇ ଯାଇଛି ସଂସାରର ବୋଝ । ଅନାଥ କରିଦେଇଛି  ଏଇ ୩ ନୀରିହ ଶିଶୁଙ୍କୁ।  ଠିକ ଗୋଟିଏ ବର୍ଷ ପୂର୍ବେ  କେଉଁ ଅଜଣା ରୋଗରେ ବୋହୂ ଆରପାରିକୁ ଚାଲିଯାଇଥିଲା। ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ଛଡାଇନେଇଛି ଏକ ମାତ୍ର ରୋଜଗାରିଆ ପୁଅକୁ । ପୁଅ ବୋହୂଙ୍କୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଦୁଃଖ ସେତିକିରେ ସରିନି। ବୟସର ଅପରାହ୍ନରେ ତାଙ୍କ ଉପରେ ପଡିଛି  ଅନାଥ ହୋଇଥିବା ୩ ନାତିନାତୁଣୀଙ୍କ ଦାୟିତ୍ୱ। ଜୀବନ ସଂଘର୍ଷର ଏହି କରୁଣ କାହାଣୀ ହେଉଛି ଭଦ୍ରକ ଜିଲ୍ଲା ନନ୍ଦପୁର ଗ୍ରାମର ଶୁକଦେବ ନାଥ ଓ ପତ୍ନୀ ବିଜୟାଙ୍କର।

Advertisment

ଦାଣ୍ଡ ପିଣ୍ଡାରେ ବସି ଆକୁଳ ନିବେଦନ କରୁଛନ୍ତି ବୃଦ୍ଧ ଦମ୍ପତି-‘ମୋତେ ଟିକିଏ ସାହାଯ୍ୟ କର, ବାବୁ ମୋ ଗୁହାରି ଟିକେ ଶୁଣ.. ମୋ ନାତି ନାତୁଣୀଙ୍କ ପାଇଁ ଦୟାକର…. ।  ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗାଁ ଦାଣ୍ଡରେ ଯାଉଥିବା ଲୋକ ଘଡ଼ିଏ ଅଟକି ଶୁଣନ୍ତି। ଲୁହରେ ଓଦା ହୋଇଯାଏ ମନ। ହେଲେ କ’ଣ ବା କରିପାରିବେ ?

ଶୁକଦେବ ଓ ବିଜୟାଙ୍କର ଏକ ମାତ୍ର ପୁଅ ମନୋଜ ଓ ବୋହୂ କନକଲତା। ୨ ନାତୁଣୀ, ନାତିକୁ ନେଇ ତାଙ୍କ ପରିବାର ।  ବଡ ଝିଅ ୧୬ ବର୍ଷ, ସାନ ଝିଅ ୧୧ ବର୍ଷ ଓ ସବା ସାନ ପୁଅକୁ ମାତ୍ର ୬ ବର୍ଷ।  ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାରର ଭରଣପୋଷଣ କରନ୍ତି। ହେଲେ ବର୍ଷେ ତଳେ ଭାଙ୍ଗି ଯାଇଥିଲା ତାଙ୍କର ପରିବାର।  ବର୍ଷେ ତଳେ ଏଇ କୋଭିଡ ସମୟରେ ବୋହୂ କନକଲତାଙ୍କର ଅଜଣା ରୋଗରେ ମୃତୃ ଘଟିଥିଲା। ତଥାପି କଷ୍ଟେମଷ୍ଟେ ସଂସାର ଚକ ତାଙ୍କର ଚାଲିଥିଲା। ହେଲେ ଏବେ ଘରର ଏକମାତ୍ର ରୋଜଗାରିଆ ପୁଅ ମନୋଜ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଚଳିତ ଜୁନ ମାସ  ୩ ତାରିଖ ଦିନ ମନୋଜଙ୍କ ମୃତ୍ୟୁ ହୋଇଥିଲା ।  ତାଙ୍କ ମର ଶରୀରକୁ ଗାଁକୁ ନ ଆଣି, ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଆଉ ଏହା ପରେ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା ପରିବାର। ୭୦ ବର୍ଷ ବୟସରେ  ଏକ ମାତ୍ର ପୁଅକୁ ହରାଇ ବୃଦ୍ଧ ଦମ୍ପତି ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି।

Advertisment

ଏବେ ବୃଦ୍ଧ ଦମ୍ପତିଙ୍କ ପାଖରେ ରୋଜଗାରର କୌଣସି ମାଧ୍ୟମ ନାହିଁ। ନା ଜମି ନା ବାଡି..। ତା ଉପରେ ୩ଟି ନାତିନାତୁଣୀଙ୍କ ଦାୟିତ୍ୱ।  ୩ ନାତି ନାତୁଣୀଙ୍କ ଭରଣ ପୋଷଣ ଚିନ୍ତାରେ ଶୁକଦେବ ସାହାଯ୍ୟ ସହଯୋଗକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ମନୋଜ ଅଟୋଚାଳକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ।  ତାଙ୍କୁ ଯେତେବେଳେ ଯେଉଁଠିକି ଡାକନ୍ତି ସେ ସେଠି ପହଞ୍ଚି ଯାଆନ୍ତି । ଅଟୋ ଚଲଉଥିଲେ ସତ, ତାରି ଆଳରେ ସମାଜସେବା ଅଧିକ କରୁଥିଲେ ମନୋଜ ।

ସ୍ଥାନୀୟ ସରପଞ୍ଚ କହିଛନ୍ତି,  ମନୋଜଙ୍କ ପରିବାରକୁ ଯେପରି ସରକାରୀ ସହାୟତା ମିଳି ପାରିବ ସେ ନେଇ ସେ ଚେଷ୍ଟା କରାଯାଉଛି।  ଅନ୍ୟପକ୍ଷରେ ମନୋଜଙ୍କ କରୋନାରେ ମୃତୁ ହେବା ପରେ,  ଏକ ସ୍ୱତନ୍ତ୍ର ଟିମ ମନୋଜଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛି ।  କରୋନା ମହାମାରୀରେ ଅନାଥ ହୋଇଥିବା ପରିବାରଙ୍କ ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଥାଶୀଘ୍ର ଏହି ଅନାଥ ହୋଇଥିବା ପରିବାର ପ୍ରତି ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରIଯିବା ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ