Advertisment

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ କମାଲ : ଅନ୍ଧ ଓ ବଧିରଙ୍କ ଲାଗି ଉଦ୍ଭାବନ କଲେ ସ୍ୱତନ୍ତ୍ର ଚଷମା

ଯାଜପୁର ( ଗୁଲାମ ଗସ୍) : କୁନି ବାଳକର କମାଲ। ବୟସ ସିନା କମ୍‌ ହେଲେ ଚିନ୍ତାଧାରା ମହାନ । ଦୃଷ୍ଟିହୀନ ଓ ବଧୀରଙ୍କ ଲାଗି ସେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା। ଯାହା ଦିବ୍ୟାଙ୍ଗଙ୍କ ଦୁଃଖ ଦୂର କରିପାରିବ । ଯାହାଫଳରେ ସେମାନେ ରାସ୍ତାରେ ଭଲଭାବେ ଚାଲିପାରିବେ । ଯାଜପୁର ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ ନାଁ ପ୍ରିୟବ୍ରତ ସାହୁ । ନିଜ ଗାଁର ଜଣେ ଦୃଷ୍ଟିହୀନ […]

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ କମାଲ : ଅନ୍ଧ ଓ ବଧିରଙ୍କ ଲାଗି ଉଦ୍ଭାବନ କଲେ ସ୍ୱତନ୍ତ୍ର ଚଷମା

student

Advertisment

ଯାଜପୁର ( ଗୁଲାମ ଗସ୍): କୁନି ବାଳକର କମାଲ। ବୟସ ସିନା କମ୍‌ ହେଲେ ଚିନ୍ତାଧାରା ମହାନ । ଦୃଷ୍ଟିହୀନ ଓ ବଧୀରଙ୍କ ଲାଗି ସେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା। ଯାହା ଦିବ୍ୟାଙ୍ଗଙ୍କ ଦୁଃଖ ଦୂର କରିପାରିବ । ଯାହାଫଳରେ ସେମାନେ ରାସ୍ତାରେ ଭଲଭାବେ ଚାଲିପାରିବେ ।

Advertisment

publive-imageଯାଜପୁର ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ ନାଁ ପ୍ରିୟବ୍ରତ ସାହୁ । ନିଜ ଗାଁର ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କର ଦୁର୍ଦ୍ଦଶା ଦେଖିବା ପରେ ତାଙ୍କ ମନରେ ଆସିଥିଲା ଏହି ଚଷମା ନିର୍ମାଣର ଚିନ୍ତା। ତେବେ ଦୃଷ୍ଟିହୀନ ମାନଙ୍କ ଲାଗି ଉଦ୍ଦିଷ୍ଟ ଚଷମାରେ ସେନସର ସହ ବଜର ଲଗାଯାଇଛି । ଯାହାକି ୧୦୦ ସେଣ୍ଟିମିଟର ଭିତରେ କିଛି ବିପଦ ବା ପ୍ରତିବନ୍ଧକ ଆସିଲେ ବଜର୍ ଜୋରରେ ଶବ୍ଦ କରିବ।

publive-imageସେହିଭଳି ବଧିର ମାନଙ୍କ ଲାଗି ପ୍ରସ୍ତୁତ ଚଷମାରେ ସେନସର ସହ ଭାଇବ୍ରେଟର ଲଗାଯାଇଛି। ଯାହାକି ସେହି ୧୦୦ ସେଣ୍ଟିମିଟର ବ୍ୟବଧାନରେ କିଛି ଅସୁବିଧା ଆସିଲେ ଜୋରରେ ଭାଇବ୍ରେଟ କରିବ। ଏହା ଦୃଷ୍ଟିହୀନ ଓ ବଧିର ମାନଙ୍କୁ ଦୈନନ୍ଦିନ ଜୀବନରେ ବେଶ୍ ସହାୟକ ହେବ ବୋଲି ଆଶା ରଖିଛନ୍ତି ପ୍ରିୟବ୍ରତ।

Advertisment

ନିଜ ସ୍କୁଲରେ ଥିବା ଅଟଳ ଟିଙ୍କରିଙ୍ଗ ବିଜ୍ଞାନ ଗବେଷଣା କେନ୍ଦ୍ରରେ ଏଥିପାଇଁ ସେ ଲାଗିପଡିଥିଲେ କାମରେ। ଏଥିରେ ତାଙ୍କୁ ସ୍କୁଲର ବିଜ୍ଞାନ ଶିକ୍ଷକ ସାହାଯ୍ୟ କରିଥିଲେ। ତେବେ ସରକାର ଏହି ଗବେଷଣାକୁ ମଞ୍ଜୁରୀ ଦେଲେ ଭବିଷ୍ୟତରେ ପ୍ରିୟବ୍ରତ ଆହୁରି ଉନ୍ନତି କରିପାରିବେ ବୋଲି ଆଶା ରଖିଛନ୍ତି ସ୍କୁଲ ଶିକ୍ଷକ ଏବଂ ପରିବାରବର୍ଗ ।

ଦୃଷ୍ଟିହୀନ, ବଧୀରଙ୍କ ଲାଗି କୁନି ବୈଜ୍ଞାନିକ ପ୍ରିୟବ୍ରତ ନିଜ ଉଦ୍ୟମରେ ପ୍ରସ୍ତୁତ କରିଥିବା ଏଭଳି ଅତ୍ୟାଧୁନିକ ଚଷମାକୁ ନେଇ ଏବେ ସେ ଅଂଚଳରେ ବେଶ୍ ଚର୍ଚ୍ଚା ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ