Advertisment

ହୋମ୍ ଆଇସୋଲେସନ୍‌ରେ ଥିବା କରୋନା ଆକ୍ରାନ୍ତଙ୍କୁ 'ଫାଭିପିରାଭିର୍' ଦିଆଯିବ କେମିତି?

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP ଜାରି ହୋଇଛି। ଜିଲ୍ଲାପାଳ, କମିଶନର, CDMମାନଙ୍କୁ SOP ପଠାଇଛନ୍ତି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର। ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ ସେନେଇ SOPରେ ଉଲ୍ଲେଖ ରହିଛି:- ହୋମ୍ ଆଇସୋଲେସନ୍ ରହୁଥିବା ଆକ୍ରାନ୍ତ ଯେଉଁମାନେ ଫାଭିପିରାଭିର୍ ଟାବଲେଟ୍ ନେଉଥିବା ସେମାନଙ୍କ ଅନୁଧ୍ୟାନ ପାଇଁ ରାପିଡ୍  ରେସ୍ପନ୍ସ ଟିମ୍-RRTକୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ ପରେ ହିଁ ଫାଭିପିରାଭିର […]

ଅଦ୍ୟତନ ହୋଇଛି
ହୋମ୍ ଆଇସୋଲେସନ୍‌ରେ ଥିବା କରୋନା ଆକ୍ରାନ୍ତଙ୍କୁ 'ଫାଭିପିରାଭିର୍' ଦିଆଯିବ କେମିତି?

favipiravir

Advertisment

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP ଜାରି ହୋଇଛି। ଜିଲ୍ଲାପାଳ, କମିଶନର, CDMମାନଙ୍କୁ SOP ପଠାଇଛନ୍ତି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର।

Advertisment

ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ ସେନେଇ SOPରେ ଉଲ୍ଲେଖ ରହିଛି:-

  • ହୋମ୍ ଆଇସୋଲେସନ୍ ରହୁଥିବା ଆକ୍ରାନ୍ତ ଯେଉଁମାନେ ଫାଭିପିରାଭିର୍ ଟାବଲେଟ୍ ନେଉଥିବା ସେମାନଙ୍କ ଅନୁଧ୍ୟାନ ପାଇଁ ରାପିଡ୍  ରେସ୍ପନ୍ସ ଟିମ୍-RRTକୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି।
  • ଡାକ୍ତରଙ୍କ ପରାମର୍ଶ ପରେ ହିଁ ଫାଭିପିରାଭିର ସେବନ କରିବାକୁ କୁହାଯାଇଛି। ଫାଭିପିରାଭିର ଦ୍ୱାରା ୟୁରିକ ଏସିଡ ବୃଦ୍ଧି ହେବା ସହ ଡାଇରିଆ ଲକ୍ଷଣ ଦେଖାଯାଏ।
  • ଯଦି, ଏପରି କିଛି ସମସ୍ୟା ଦେଖା ଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ ବୋଲି ପରାମର୍ଶ ଦିଆଯାଇଛି।
  • ଗର୍ଭବତୀ ଓ ଛୋଟ ପିଲାଙ୍କ ଉପରେ ପ୍ରଭାବ ପକାଉଥିବାରୁ ଫାଭିପିରାଭିର୍ ବ୍ୟବହାର କରିବାକୁ ମନା କରାଯାଇଛି।
  • ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟାବଲେଟକୁ ନଭାଙ୍ଗି ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ଏସ୍ଓପିରେ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ