father
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ୱ ପଞ୍ଚାୟତର ବଡ଼ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଦୁଇପୁଅଙ୍କ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ ଅଭିମନ୍ୟୁ ପ୍ରଧାନ। ଅଭିଯୁକ୍ତ ଦୁଇ ପୁଅକୁ ପୁଲିସ ଗିରଫ କରିଛି।
ଖବର ଅନୁଯାୟୀ, ଆଜି ସକାଳୁ ବଡ଼ ପୁଅ ସୁଶାନ୍ତ ଓ ସାନ ପୁଅ ମଙ୍ଗୁଳୁଙ୍କର କୌଣସି ଏକ କଥାକୁ ନେଇ ବାପା ଅଭିମନ୍ୟୁଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦୁଇ ଭାଇ ରାଗି ଯାଇ ବାପାଙ୍କୁ ବାଡ଼ିରେ ପିଟିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ଅଭିମନ୍ୟୁଙ୍କର ମୃତ୍ୟୁ ଘଟିଥିଲା। ତେବେ ବାପାଙ୍କୁ ମାରିବା ସମୟରେ ମା’ ଅପସରା ପ୍ରଧାନ ଆସିଯିବାରୁ ତାଙ୍କୁ ମଧ୍ୟ ଦୁଇ ପୁଅ ଆକ୍ରମଣ କରିଥିଲେ। କିନ୍ତୁ ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଛି ଅଭିମନ୍ୟୁଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହିତ ସୁଶାନ୍ତ ଓ ମଙ୍ଗୁଳୁକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/father_1626697319.jpg)